STORYMIRROR

Sukadev Mahanta

Abstract

4  

Sukadev Mahanta

Abstract

କରୋନା ତୁ ଡରାନା

କରୋନା ତୁ ଡରାନା

1 min
177

କରୋନା ତୁ ଆଉ ଡରାନା

ଆମକୁ ଏତେ ତୁ ସତାନା ||


ତୁ ଅତି କ୍ଷୁଦ୍ର ଜୀବ ହୋଇ 

ଜଗତକୁ ଦେଲୁ ଥରାଇ  ||


ଡାକ୍ତର ହେଲା ବାଟବଣା

କି ପଥି ଦେବ ସେ ଜାଣେନା ||


ରୋଗ ପ୍ରତିରୋଧରେ କ୍ଷୀଣ

ଦେଖି ତୁ କରୁ ଆକ୍ରମଣ ||


ତୁ ଦେଲୁ ଆମକୁ ଶିଖାଇ

ପରିବେଶର  ରକ୍ଷାପାଇଁ ||


ତୋହର ପ୍ରତିକାର ପାଇଁ

ଆମେବି କରୁଛୁ ଲଢାଇ ||


ଦେହେ ରୋଗ ନିରୋଧ ଶକ୍ତି

ଅଟଇ ଜାଣ ମହାଶକ୍ତି ||


ଖୋଜି ପାଇଛୁ ଇଞ୍ଜେକ୍ସନ୍

କରିବୁ ତୋତେ ସମ୍ମୋହନ ||


ନେଇପାରିବୁନି ଜୀବନ

ବାଛି ନେଇଛୁ ଘର କୋଣ ||


କୋଭିସିଲ୍ଡ ଓ କୋଭାକ୍ସିନ୍

ନେବୁ ସରବେ ଇଞ୍ଜେକ୍ସନ୍ ||


କରିବୁ ମାସ୍କ୍ ପରିଧାନ

ପରଠୁ ଦୂରତା ରକ୍ଷଣ ||


ହୋଇବୁ ଆମେ ଯତ୍ନବାନ

କରିବୁ ଶରୀର ରକ୍ଷଣ ||


ନ କରି ଆଉ ପ୍ରଦୂଷଣ

ସଂଯମେ କାଟିବୁ ଜୀବନ ||


ପରିବେଶର ସଂରକ୍ଷଣ

ହେବୁରେ ଆମେ ଯତ୍ନବାନ ||


ହଟିଯା ରେ କରୋନା ତୁହି

ଗୁହାରି କରୁଅଛି ମୁହିଁ ||


ତୋତେ ମୁଁ କ୍ଷୁଦ୍ର ମଣୁନାହିଁ

ସତାନା ଆଉ ମୋତେ ତୁହି ||


ବିଶ୍ବରୁ ହଟିଯା' ରେ ତୁହି

ଇଞ୍ଜେକ୍ସନ୍ ନେଇଅଛି ମୁହିଁ ||



Rate this content
Log in

Similar oriya poem from Abstract