STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କରୋନା ଟିକା ଅତି ଉପଯୋଗୀ

କରୋନା ଟିକା ଅତି ଉପଯୋଗୀ

1 min
214


ଜ୍ୱର କାଶ ଥଣ୍ଡା ନିଶ୍ୱାସ ପ୍ରଶ୍ୱାସ


ଜନେ ବିଚଳିତ କରେ,


କରୋନା ରୋଗରେ ଅମ୍ଳଜାନର ଭି


ନିଅଁଟ ହିଁ ଅତି ହୁଏ।୧। 


ବିଭିନ୍ନ ରୋଗରେ ପିଡୀତ ଜନଙ୍କ


କରୋନା ଘାତକ ହୁଏ


ଟିକା ଲଗେଇଲେ କରୋନା ପ୍ରକପ


ଧୀରେ ଧୀରେ ସରି ଯାଏ।୨।


କୋଭାକ୍ସିନ୍ କୋଭିଶିଲ୍ଡ ଟିକା


ଦେଶର ନିର୍ମିତ ଏହି,


ବଡ଼ ଉପଯୋଗୀ ଦୁଇ ଟିକା ଏବେ


ଲୋକଙ୍କୁ ଲାଗୁଛି ଏହି।୩।


ପାରାସିଟାମଲ୍ ଭିଟାମିନ୍ ସି କୁ


ଘରେ ରଖି ଥିବା ଏବେ,


ଜ୍ବର କାଶ ହେଲେ ତାହାକୁ ଖାଇବା


ରୋଗ ଦୂର ହେବ ତେବେ।୪।


ସ୍ବଦେଶୀ ନିର୍ମିତ ଦୁଇ ଟିକା ଏବେ


ମୄତ୍ୟୁ ସଞ୍ଜିବନୀ ହେଲା,


କର୍ତ୍ତବ୍ୟ ଭାବିଣ ଟିକା ଲଗେଇବା


ବିଜ୍ଞାନ ଗୌରବ ଦେଲା।୫।


ଦୂରତା ରଖିବା ମାସ୍କ ହିଁ ପିନ୍ଧିବା


ବିଜ୍ଞାନ କଥା ମାନିବା,


ସାବୁନରେ ହାତ ଧୋଉ ଥିବା ନିତ୍ୟେ


ବିଜୟୀ ନିଶ୍ଚେ ହୋଇବା।୬।


ଏହି ପରି କଲେ କରୋନର ସ୍ରୋତ


ଆପେ ଜଳିପଡି ଯିବ,


କରୋନା ଯନ୍ତ୍ରଣା ଦୂର ହୋଇ ଯିବ


ନିରୋଗ ଦେଶ ହୋଇବ।୭।


ଜ୍ବର କାଶ ଥଣ୍ଡା ନିଶ୍ବାସ ପ୍ରଶ୍ବାସ


ଜନେ ଜନେ ବିଚଳିତ କରେ,


କରୋନା ରୋଗରେ ଅମ୍ଳଜାନର ଭି


ନିଅଁଟ ହିଁ ଅତି ହୁଏ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract