STORYMIRROR

Sahadev Behera

Inspirational

2  

Sahadev Behera

Inspirational

କରୋନା ସତର୍କ

କରୋନା ସତର୍କ

1 min
129

   ଆଉ ପାରିଲିନି     ମନକୁ ସମ୍ଭାଳି

      ଲେଖୁଛି ଆଜି ଏ କବିତା

କରୋନା ପାଇଁକି  ସଚେତନ ହେବା

     ସେଥିପାଇଁ ଏହି ବାରତା

     

ଅଖାଦ୍ୟ ଭକ୍ଷିଲେ  ଓହାନର ଲୋକ

      ଜୀବଜନ୍ତୁ କୀଟପତଙ୍ଗ 

ପଶୁ ବଧ କରି ନୃଶଂସ ହୋଇଲେ

      ଭୋଜନ କରି କଞ୍ଚା ଅଙ୍ଗ

      

ବିସ୍ତାରିଣ କାୟା  ବିଶ୍ବକୁ କରୋନା

        ଭୟଙ୍କର ହୋଇ ଗ୍ରାସୁଛି

କେତେ ଦେଶବାସୀ ଜୀବନ ନେଲାଣି

       ତା ମୃତ୍ୟୁମୁଖକୁ ଟାଣୁଛି  

       

ଦେଶବାସୀ ଆମେ ବେଳଥାଉ ଯଦି

     ସତର୍କତା ପଥ ଧରିବା

ସେ ମହାମାରୀର  ଭୟଙ୍କରଠାରୁ

      ବିଶ୍ବକୁ ଉଦ୍ଧାର କରିବା

      

ବାର ବାର ହାତ  ସାନିଟାଇଜରେ

      ମନେ କରି ସଦା ଧୋଇବା

ଜନ ସମାଗମ    ଗହଳି ସ୍ଥାନଠୁ

     ନିଜକୁ ଦୂରେଇ ରଖିବା

     

ବାହାର ଦରବ ଛୁଇଁବାକୁ ମନା

     ଗୁଜବଠୁ ଦୂରେ ରହିବା

ଆଖି କାନ ନାକ  ଘୋଡାଇ ରଖିବା

     ହାତରେ କେବେ ନ ଛୁଇଁବା

     

ମୁଖେ ମୁଖାପିନ୍ଧି  ଦୂରତା ରଖିବା

     ସାଙ୍ଗ ସାଥି ହେଉ ଯେକେହି

ଯାନବାହନରେ  ରହିବା ଦୂରେଇ

      ଯଦି ଅପରିଚିତ ସେହି

      

କାଶ ଛିଙ୍କ ଥଣ୍ଡା  ଜ୍ଵର ନ କମିଲେ

      ଡାକ୍ତରଖାନାକୁ ଧାଇଁବା

ପରୀକ୍ଷା ନିରୀକ୍ଷା  ପ୍ରତିଷେଧ ଯାହା

     ମାନି ତାକୁ ଆମେ ଚଳିବା

     

ହେଉ ଗୁରୁଜନ  ବାଳୁତ ଅବା ସେ

      ଧ୍ୟାନ ସରବଦା ରଖିବା 

କରୋନା ଯେପରି  ସଂକ୍ରମ ନ କରେ

       ଧୈର୍ଯ୍ୟେ ମୁକାବିଲା କରିବା

       

ବିଦେଶକୁ ଯିବା  ମନ ନ କରିବା

    ନବୁଲି ଦେଶେ ଏଣେତେଣେ

ସତର୍କ ସୂଚନା ମାନିଯେ ଚଳିବା

    ସହଦେବ ଏହା ବଖାଣେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational