କରୋନା ସଙ୍କଟ
କରୋନା ସଙ୍କଟ
ସଙ୍କଟ ଉତ୍କଟ ପରିସ୍ଥିତି ଏତ
ବିଦେଶୀ ରୋଗର ଭୟ ,
ଏମିତିକା ରୋଗ ଭୂତାଣୁ ଜନିତ
ଜୀବନ ନାସିବା ଲୟ ॥
କରୋନା ଭୂତାଣୁ କରିଦେଲା ସ୍ଥାଣୁ
ସବୁତ ବଦଳି ଗଲା ,
ସହର ବଜାର ହେଲା ଜନଶୂନ୍ୟ
ସବୁଠି ଝୁଲିଲା ତାଲା ॥
ମଣିଷ ଶରୀର କରୋନାର ଲୋଭ
ଆହକି ବିଚିତ୍ର କଥା ,
ପ୍ରାଣଘାତି ରୋଗ ଭୂତାଣୁ ବାହକ
ଦିଅଇ କଷଣ ବ୍ୟଥା ॥
ନାହିଁ ପୂର୍ବଗାଥା ଜାତକ ପଞ୍ଜିକା
ରୋଗଟି ସଂପୁର୍ଣ୍ଣ ନୂଆ ,
ଭେଷଜଶାସ୍ତ୍ର'ରେ କରୋନା ନାମ ରେ
ଭୁତାଣୁର ନାହିଁ ନାଁଆ ॥
ବିଜ୍ଞ ବୈଜ୍ଞାନିକ ଗବେଷଣା ରତ
ଭୂତାଣୁନାସିବା ପାଇଁ ,
ବିତ୍ତଶାଳି ରାଷ୍ଟ୍ର ଅସହାୟ ମାତ୍ର
ମହୌଷଧୀ କିଛି ନାଇଁ ॥
ଉତ୍ପତ୍ତି ହୋଇଛି ଚାଇନାରୁ ବୋଲି
ଜଗତେ ପଡିଛି ହୁରି ,
ପ୍ରାୟୋଜିତ ବୋଲି ସରବେ ବୋଲନ୍ତି
ମୃତ୍ଯୁ ଡାକେ ହାତ ଠାରି ॥
ବିଶ୍ଵ କବଳିତ ସର୍ବେ ବିଚଳିତ
କରୋନାର ପାଦୁର୍ଭାବେ ,
କେତେଯେ ଜୀବନ ହେଲା ଦୁର୍ବିସହ
ଭୂତାଣୁଆତଙ୍କ ରବେ ॥
ମଣିଷକୁ ଲୋପ କରୋନା କରିବ
ନୁହଁଏ ପ୍ରଯୁଜ୍ୟ କଥା ,
କରୋନା ହାରିବ ମଣିଷ ଜିତିବ
ରହିବ ଅମର ଗାଥା ॥
ପ୍ରତିକାର ପାଇଁ ଜାଗିଉଠ ଚେଇଁ
ଆହେ' ପ୍ରିୟ ବିଶ୍ଵବାସୀ ,
ହସ୍ତ ପ୍ରଖ୍ୟାଳନ କର ବାରବାର
ନାସା ମୁଖ ରଖ ଢାଙ୍କି ॥
ଗହଳି ସ୍ଥାନକୁ ବାରଣ ସଭିଁଙ୍କୁ
ଅଯଥାରେ ଯାଅ ନାହିଁ ,
ସରକାରୀ ବାର୍ତ୍ତା ଆଦେଶ ମାନିବା
ରୋଗରୁ ବର୍ତ୍ତିବା କହି ॥
ପ୍ରତିଷେଧକ ଟିକା ଆସିବ ସହସା
ଧର୍ଯ୍ୟହରା ହୁଅ ନାହିଁ ,
ଭାରତ ଗୌରବ ଅରଜିବ ସତ୍ୟ
ଦେଶାନ୍ତର ଯିବବହି ॥
ଲକ ଡାଉନକୁ ମାନି ଚାଲିବାକୁ
ଭୁଲିତ ଯିବାନି କେହି ,
ଘରର ଦରଜା କରିବାନି ମେଲା
ଅବାଧ ପ୍ରବେଶ ନାହିଁ ॥
ଓଡ଼ିଶା ପ୍ରଦେଶ ଜଗନ୍ନାଥ ଦେଶ
କରୋନାରେ ପ୍ରପୀଡ଼ିତ ,
ମହାମାରୀ ରୂପ ହୋଇନି ଉତ୍କଟ
ପ୍ରଭୁ କୃପାଭିକ୍ଷା ସତ ॥
ପବିତ୍ର ମାଟିର ନିଆରା ମହକ
ସ୍ଵୟଂ ସୃଷ୍ଟିକର୍ତ୍ତା ପୀଠ ,
କରୋନା ଭୂତାଣୁ ନାଶ କାରିବାକୁ
ଜଗନ୍ନାଥ ପ୍ରଭୁ ଶ୍ରେଷ୍ଠ ॥
