STORYMIRROR

Sabitri Mohapatra

Abstract

3  

Sabitri Mohapatra

Abstract

କରୋନା ରୁ ଦିଅ ମୁକ୍ତି

କରୋନା ରୁ ଦିଅ ମୁକ୍ତି

1 min
122

ସାରା ବିଶ୍ୱ ଆଜି     କାନ୍ଦେ ଅହରହ 


    ଲୁହ ଯେ ଶୁଖୁନି କାର 


ସମସ୍ତଙ୍କ ମନେ     ଖେଳିଯାଏ ଆଜି 


   କରୋନା ର ସେହି ଡର


ଲକ୍ଷ ଲକ୍ଷ ଲୋକ    ହରାଇଲେଣି ଯେ 


   ନିଜନିଜ ବାସସ୍ଥାନ 


ବଡ ବଡ ରାଜ୍ୟ    ହତାଶ ହେଲେଣି 


   ନ ପାଆନ୍ତି ତା କାରଣ


କେତେ କ୍ଷିପ୍ର ତୁମ   ଗତି ହେ କରୋନା 


   କେଇ ମୁହୁର୍ତ୍ତରେ ବୁଲିପାର 


ସାତସମୁଦ୍ର ଓ     ତେରନଈ ପାରି 


   ଯାଇପାର ଅନେକଦୂର


ହେଲେ କରୋନା  ଭରିଲା ନିଆରା ସଂପର୍କ 


   ସଭିଙ୍କ ମନରେ ଭାଇପ୍ରେମ 


ସମସ୍ତେ ଭୁଲିଲେ   ଆପଣାର ଜାତି 


    ନିଜ ନିଜର ବି ଧର୍ମ


ହିନ୍ଦୁ, ମୁସଲିମ୍,   ଶିଖ ହୋଇଗଲେ 


   ମାନବ ଧର୍ମରେ ଏକାକାର 


ବୋଲାଇଲେ ସବୁ   ମାନବ ଜାତି 


    ଏକ ରକ୍ତ ସଭିଙ୍କର


 ସମସ୍ତେ ଚାହିଁଲେ  କରୋନା ମୁକତି 


   ସର୍ବଜନ ଏକସ୍ୱର 


ଜଗନ୍ନାଥ ତୁମେ   ପରମ ଇଶ୍ଵର 


   ଆଲ୍ଲାହ ଆସି ରକ୍ଷାକର


ଏ ଦୁର୍ଦ୍ଦିନରେ ଆସି  ଠିଆହୁଅ ତୁମେ 


    ଆମ୍ଭକୁ କର ଉଦ୍ଧାର 


ପାଉନାହୁଁ କିଛି   ଥଳକୂଳ ଆମେ 


   ତୁମେହିଁ ସାହା ଆମର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract