କରୋନା ପ୍ରତିଷେଧକ
କରୋନା ପ୍ରତିଷେଧକ
ବିଜ୍ଞାନର ଭିତ୍ତିଭୂମି ଭୂକମ୍ପେ ଥରାଇ
ମହାମାରୀ ବିଶ୍ଵେ ତାଣ୍ଡବ ରଚଇ ।
ଚତୁର୍ଦ୍ଦିଗେ ହାହାକାର ଶବ୍ଦ ଯେ ଶୁଭଇ
ଭୟଙ୍କର ଭୂତାଣୁ ଏ ଯେ ଛୁଇଁଲେ ବ୍ୟାପଇ ।
ସଂକ୍ରମଣେ ମୃତ୍ୟୁ ହାର ଦିନୁ ଦିନ ଯେ ବଢଇ
ଭୂତାଣୁର ପ୍ରତିରୋଧେ ଉପାୟ ନ ପାଇ ।
ମୂଖେ ତୁଣ୍ଡି ବାନ୍ଧି ବାରମ୍ବାର ହାତ ଧୋଇ
କଥା ହେବ ପରସ୍ପରୁ ଦୂରେ ସିନା ରହି ।
ବାଆ କୁ ବତା ସମ ଏ ସାଧନ ହୋଇ
ଦୃତ ସଂକ୍ରମଣ ରୋକିବା ସମ୍ଭବ ନୁହଁଇ ।
ରୋଗ ଉପସମ ପାଇଁ ଔଷଧ ଯେ ନାହିଁ
ଏବେ ପ୍ରତିକ୍ଷା କେବଳ ପ୍ରତିଷେଧକ ପାଇଁ ।
ପ୍ରତିଷେ
ଧକ ପାଇଁ ଡାକ୍ତର , ବିଜ୍ଞାନୀ
ତତ୍ପରେ କରନ୍ତି ଚେଷ୍ଟା ସମୟ ନ ଜାଣି ।
ଅପେକ୍ଷାର ଦିନ ଶେଷ ହେଲା ଆସି
ଏକ ଆରେକକୁ କହନ୍ତି ବିଶ୍ବାସି ।
ପ୍ରତିରୋଧକ ଶକ୍ତି ଆମ ଶରୀରେ ବଢିବ
ଭୂତାଣୁ ସହ ଲଢ଼ି ଆମ ଜୀବନ ରଖିବ ।
ପ୍ରତିଷେଧକ ଟୀକା ସମସ୍ତେ ଯେ ନେବ
ଟୀକା କୁପ୍ରଭାବ କଥା କେବେ ଚିନ୍ତା ନ କରିବ ।
ପ୍ରତିଷେଧକ ବିନୁ ଅନ୍ୟ ଗତି ନାହିଁ
ଭୂତାଣୁ ଜନିତ ରୋଗ ରୋକିବାର ପାଇଁ।
ହରାଇବା କରୋନା କୁ ଆମେ ଟୀକା ନେଇ
ଟୀକା ନେବାପାଇଁ ଯମା ହେଳା କର ନାହଁ ।