STORYMIRROR

Samar Ballav Bhoi

Abstract Tragedy Others

4  

Samar Ballav Bhoi

Abstract Tragedy Others

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
392

ଜୀବନ ଜୀବିକା ଦୁଃସହ ହେଲାଣି

ଚିନ୍ତିତ ଏବେ ସମସ୍ତେ

ସବୁ ସେହି କରୋନା ପାଇଁ।

ବଞ୍ଚିବା ଭରଷା ଅସ୍ଥିର ହେଲାଣି

କୁହାକୁହି ଏବେ ସମସ୍ତେ

ସବୁ ସେହି କରୋନା ପାଇଁ।

ଦାରିଦ୍ର୍ୟତା ଏଠି ସମସ୍ୟା ହେଲାଣି

ସ୍ପଷ୍ଟଚିତ୍ର ଏବେ ଜାଗ୍ରତ

ସବୁ ସେହି କରୋନା ପାଇଁ।

ଶ୍ରମିକଙ୍କ ଦୁଃଖ ସୀମା ଟପିଲାଣି

ସରକାର ଏବେ ଚିନ୍ତିତ

ସବୁ ସେହି କରୋନା ପାଇଁ।

ବେକାରୀ ସମସ୍ୟାଯନ୍ତ୍ରଣା ହେଲାଣି

ସବୁ ଏବେ ବ୍ୟସ୍ତ ବ୍ୟଗ୍ରତ

ସବୁ ସେହି କରୋନା ପାଇଁ।

ପରିବାର ମଧ୍ୟେ ପ୍ରଭେଦ ବଢିଛି

ଫୁଲପରି ଏବେ ବାସୁଛି

ସବୁ ସେହି କରୋନା ପାଇଁ।

ଘରେ ଘରେ ସବୁ ଦୁରତା ବଢିଛି

ମନମାଳିନତା ଏବେ ଦିଶୁଛି

ସବୁ ସେହି କରୋନା ପାଇଁ।

ଦରଦାମ ସବୁ ଆକାଶ ଛୁଇଁଛି

ଅଭାବ ଲକ୍ଷଣ ବଢିଛି

ସବୁ ସେହି କରୋନା ପାଇଁ।

ବିବାହ ବନ୍ଧନେ ଆକଟ ଲାଗିଛି

ପ୍ରେମିକ ପ୍ରେମିକାଙ୍କ ନିଦ ହଜିଛି

ସବୁ ସେହି କରୋନା ପାଇଁ।

ଶିକ୍ଷାରେ ଏବେ ଅନଲାଇନ ଯୋଡିଛି

ପିତାମାତାଙ୍କର ଭରଷା ହଜିଛି

ସବୁ ସେହି କରୋନା ପାଇଁ।

ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଏବେ 

ବିଚାର ଆଧାରେ ଝୁଲିଛି

ସବୁ ସେହି କରୋନା ପାଇଁ।

ଘରୋଇ ସଂସ୍ଥାର କର୍ମୀଙ୍କ ଭରଷା

ନିରାଶାର ରୁପ ନେଇଛି

ଜୀବନଟା ଅଛି ଜୀବିକା ଆକଟ

ସବୁ ସେହି କରୋନା ପାଇଁ।

କଳାକାରଙ୍କ ଜୀବନ ଜୀବିକା 

ଅନ୍ଧାରେ କଟୁଛି

ଭରଷା ତାଙ୍କର ଲୁହରେ ଭିଜୁଛି

ସବୁ ସେହି କରୋନା ପାଇଁ।

ଅର୍ଥନିତି ଆଜି ତଳକୁ ଖସିଛି

ଦେଶରେ ଭାଳେଣି ପଡିଛି

ସବୁ ସେହି କରୋନା ପାଇଁ। 

ରାଜକୋଷ ଏବେ ଶ୍ବନ୍ୟ ହୋଇଛି

ଖର୍ଚ୍ଚରେ କଟକଣା ଏବେ ଲାଗିଛି

ସବୁ ସେହି କରୋନା ପାଇଁ।

ନୁତନ ଚାକୀରି କୁ ଆକଟ ଲାଗିଛି

ସରକାରୀ ଘୋଷଣା ହୋଇଛି

ସବୁ ସେହି କରୋନା ପାଇଁ।

ବଂଚିବାକୁ ଆଉ ଭରଷା ପାଉନି

କୁହାକୁହି ଏବେ ସମସ୍ତେ

ସବୁ ସେହି କରୋନା ପାଇଁ।



Rate this content
Log in

Similar oriya poem from Abstract