STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

3  

ନାୟକ ଅକ୍ଷୟ ରାଜହସ୍ତୀ

Abstract

କରୋନା ମୁକ୍ତ ସକାଳ

କରୋନା ମୁକ୍ତ ସକାଳ

1 min
11.8K


ମେଞ୍ଚା ମେଞ୍ଚା ଶବ କୁଢ କୁଢ କଙ୍କାଳ

ଜୀବନ ଟା ଖାଲି ଡହଳବିକଳ

ଦେଖିବାକୁ ଟିକେ କରୋନା ମୁକ୍ତ ସକାଳ..

ଭୁଲି ଯାଏ କଣ୍ଟା ଫୁଲ ଭୁଲେ ସତ୍ୟ ଫଳ

ବାଧ୍ୟ ହୁଏ ଭୁଲିବାକୁ ଦେହ ର ଭୂଗୋଳ

ସଜଡା ସ୍ଵଚ୍ଛତା ଦେବ କି ଆତ୍ମବଳ???

ଜୀବନ ଟା ଖାଲି ଡହଳବିକଳ

ଦେଖିବାକୁ ଟିକେ କରୋନା ମୁକ୍ତ ସକାଳ...

ଗୃହ ବନ୍ଦୀ ନିଦ ହରା ପାଦ ଟଳମଳ

ବାହାରେ ଦାଦନ ଶ୍ରମିକ ପୁଅ ଏକଇ ସମ୍ବଳ

ମଲା ବେଳେ କିଏ ଦେବ ମୁହେଁ ଗଙ୍ଗା ଜଳ???

ଜୀବନ ଟା ଖାଲି ଡହଳବିକଳ

ଦେଖିବାକୁ ଟିକେ କରୋନା ମୁକ୍ତ ସକାଳ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract