STORYMIRROR

PRABINA KU, KHADANGA

Inspirational Others

3  

PRABINA KU, KHADANGA

Inspirational Others

କରୋନା ମାଡ଼

କରୋନା ମାଡ଼

1 min
50

ଲକ୍ଷେ ଶିବ ପୂଜି ପାଇଥିଲି ପୁଅ

ବୃଦ୍ଧ କାଳେ ହେବ ବୋଲି ସାହାରା

ବୟସ ଖସିଲା ଯେବେ ଶରୀର ଭିତରୁ

ଦେଲା ନାହିଁ ମୋତେ ଆସରା ।

ଧନ ଦଉଲତ ଯେତେ ଅରଜିଲି

ପୁଅର ସୁଖ ଟିକକ ପାଇଁ

ସେଇ ସମ୍ପତି ପାଇଁ ପୁଅ ଘରୁ ବାହାର କରିଲା

ଅଲୋଡା ଜୀବନ କହି ।

କରୋନା ରୋଗଟା ସବୁଆଡେ ବ୍ୟାପୁଛି

କହିଲି କିଛିଦିନ ଘରେ ରହିବି ଟିକିଏ ପୁଅ

ବୋହୂ କହିଲା ମରୁନାହୁଁ ବୁଢ଼ା ଯାହା

ଚଞ୍ଚଳ ମୋ ଘରୁ ବାହାରି ଯାଅ। 

କୁଆଡେ ଯିବି ମୁଁ କିଏ ହେବ ସାହା

ଭାବୁଛି ଟିକିଏ ବସି

ନିଜ ଲୋକ ଧୋକା ଦେଇଗଲା ପରେ

ବୁଢ଼ା ଶରୀର ଦେଉଛି ଠକି ।

କରୋନା ମାଡ଼ରେ ଆହତ ହୋଇଛି

ଭାଙ୍ଗି ଯାଇଅଛି ପଞ୍ଜରା ହାଡ଼

ସାହା ନାହିଁ କେହି ଆହା ପଦେ ପାଇଁ

ସତେ ଗ୍ରୀଷ୍ମ ଦିନରେ ମାରୁଛି ଜାଡ ।

ଯେତେ ଅରଜିଲି ଖୁସିବାସ ପାଇଁ 

କିଛି ନରହିଲା ନିଜ ପାଖେ

ଦୁଇମୁଠା ଖାଇବା ସପନ ହୋଇଲା

କେବଳ ରଖ ଜଗନ୍ନାଥ ଡାକେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational