Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Inspirational Others

4  

ତାରାପ୍ରସାଦ ଜେନା

Inspirational Others

କରୋନା ଜ୍ବାଳା

କରୋନା ଜ୍ବାଳା

1 min
23.1K



କରୋନା ଜ୍ବାଳାରେ ଲିଭିଚି ମୁହଁରୁ ହସ

ବନ୍ଦୀର ଜୀବନ ଲାଗୁଛି ଏମିତି ବାସ । ୦ ।


ସଭିଙ୍କ ମୁହଁରେ ଦିଶୁଛି ଭୟର ଛାପ

କାଳେକି ପଡ଼ିବ କୋଉଠି କରୋନା କୋପ

ଛଡ଼ାଇ ନେବକି ସହସ ପ୍ରାଣର ତୋଷ

କରୋନା ଜ୍ବାଳାରେ ଲିଭିଚି ମୁହଁରୁ ହସ । ୧ ।


ସାବୁନ୍ ପାଣିରେ ଧୋଉଚୁ ମକଚି ହାତ

ନାକକୁ ମୁହଁକୁ ଢାଙ୍କୁଚୁ ଯତନେ ସତ

ଦୂରେଇ ରହୁଚୁ ଆପଣା ଥଣ୍ଡାକୁ କାଶ 

କରୋନା ଜ୍ବାଳାରେ ଲିଭିଚି ମୁହଁରୁ ହସ । ୨ ।


ଖଙ୍କାର ଛେପକୁ ବାହାରେ ଥୁକିବା ଭୁଲି

ଦୂରତା ମାପିକି ରହୁଛୁ ମିଟରେ ଚାଲି

ନିର୍ମଳ କାମରେ ଭାବୁଛୁ କରୋନା ନାଶ 

କରୋନା ଜ୍ବାଳାରେ ଲିଭିଚି ମୁହଁରୁ ହସ । ୩ ।


ପ୍ରବାସେ କିଏସେ ନିନ୍ଦୁଛି ନିଜର ଭାଗ୍ୟ

ଖାଦ୍ୟର ଯୋଗାଡ଼ ପାଇଁକି ହେଉନି ଯୋଗ୍ୟ

ଘରର କୁଶଳ ଚିନ୍ତାକୁ ଲାଗୁଚି ବିଷ

କରୋନା ଜ୍ବାଳାରେ ଲିଭିଚି ମୁହଁରୁ ହସ । ୪ ।


ବେପାର ବୁଡୁଚି, କ୍ଷେତଟା ଉଜୁଡ଼ିଯାଏ

ଲୁହର ଅଥଳ ସାଗରେ ଭାସୁଚି କିଏ

ହାତର ପାଆନ୍ତା ମିଳୁନି ଧନର ଯଶ

କରୋନା ଜ୍ବାଳାରେ ଲିଭିଚି ମୁହଁରୁ ହସ । ୫ ।


ଇଷ୍ଟଙ୍କୁ ଡାକୁଛି କିଏ ଆରତ ସ୍ବରେ

ବିପଦ ଫେଡ଼ିକି ଅବେଳେ ଉଦ୍ଧାର ବାରେ

ପାପର ପୁଣ୍ୟରେ ଖେଳୁଛି ଅଜଣା ତ୍ରାସ

କରୋନା ଜ୍ବାଳାରେ ଲିଭିଚି ମୁହଁରୁ ହସ । ୬ ।



Rate this content
Log in

Similar oriya poem from Inspirational