କରୋନା ଡର
କରୋନା ଡର
Dear Diary
କାଢି ହେଉନାହିଁ ପଦାକୁ ଗୋଡ଼
ଜଗିଛି ପୋଲିସ ହେଉଛି ମାଡ଼
ବଜାରରେ ନାହିଁ ଭିଡ଼
କରୋନା ଭୟରେ ଗହଳି ଛାଡ଼...
ଦୋକାନ ବଜାର ହେଉନି ଖୋଲା
ହନ୍ତସନ୍ତ ହୋନ୍ତି ବୁଢ଼ାରୁ ପିଲା
କରୋନା କରୁଛି ପାଲା
ଫାଟକ ଆଗରେ ଝୁଲୁଛି ତାଲା
ସଚେତନତାର ମନ୍ତ୍ରକୁ ପଢି
କରୋନାକୁ ଆମେ ଦେବା ଯେ ଏଡି
ବିଶ୍ୱକୁ ପାରିବା ଗଢି
କରୋନାକୁ ଆମେ ଦେବାଯେ କାଢି .
