STORYMIRROR

Prasanta Kumar Behera

Abstract

3  

Prasanta Kumar Behera

Abstract

କରୋନା ଚିନ୍ତନ

କରୋନା ଚିନ୍ତନ

1 min
11.5K


କରୋନା !

ସତରେ ତୁ ଅ‍ାଜିକାଲି ଖୁବ୍ ନିଜର

ଠିକ୍ ପ୍ରେମିକା ପରି

ତୋ ସହ ହେବାକୁ ପଡିବ

ଏବେ ଏବେ ନସର ପସର !


ନୂଆ ନୂଆ ଆସି 

ଆସ୍ଥାନ ଜମାଇବା ପୂର୍ବରୁ  

ଖୁବ୍ ଭୟଭିତ କଲୁ

ବ୍ୟାମଯାନରେ ଧନିକ 

ବିଦେଶ ଫେରନ୍ତାଙ୍କ ସହିତ

ଆକାଶେ ଉଡି ଉଡି ଆସିଲୁ

ପ୍ରିଣ୍ଟ୍ ଆଉ ଇଲେକ୍ଟ୍ରୋନିକ୍ସ୍ ମିଡିଆ

ସହ ସୋସିଆଲ୍ ମିଡିଆରେ 

ସବୁଠି ତୋ ଚର୍ଚ୍ଚା ଚାଲିଛି ଯେ,

ଏ ଯାଏ ଆଦୌ ଥମୁନି !!


ସରକାର ବି ଲକ୍ ଡାଉନ୍

ସଟ୍ ଡାଉନ୍ କରି 

ସଙ୍ଗରୋଧ ନିୟମ କଟକଣା,

ମୁହଁରେ ତୁଣ୍ତି ବନ୍ଧିବା କଥା କହି 

ଖୁବ୍ ସଚେତନ କଲେ

ସାରା ଭାରତବାସୀ ଏକାଠି ହୋଇ

ଘଣ୍ଟ ଘଣ୍ଟି ଥାଳି ବାଡିଆପିଟା କରି 

ଲାଇଟ୍ ନିଭାଇ ଟର୍ଚ୍ଚ ମାରି ଦୀପ ଜାଳି

ଏକତାର ବଳ ଦେଖାଇ

ତତେ ଘଉଡାଇବାକୁ 

ଆପ୍ରାଣ ଉଦ୍ୟମ ବି କଲେ

ହେଲେ ତୁ ପୁରା ଚକ୍କା ପକେଇ 

ବସିଗଲୁ ଏଠି, ସେଠି,ସବୁଠି !!!


ବିଚରା ଖଟିଖିଆ ମେହେନତୀ 

ମଣିଷମାନେ ପରିବାର ସହିତ

ନିଜ ବୋଝ ଉଠାଇବା ପାଇଁ

ନିଜ ରାଜ୍ୟରେ ଅଲୋଡା ହୋଇ

ବିଭିନ୍ନ ରାଜ୍ୟରେ ଦାଦନ ହୁଅନ୍ତି ଯାଇ

ତତେ ଭାରତକୁ ନ ଆଣି ମଧ୍ୟ 

ଭାରି ହନ୍ତସନ୍ତ ହେଲେ 

ଲକ୍ ଡାଉନ୍ ପାଇଁ ଜୀବିକା ହରାଇ 

ଏଣେତେଣେ ରାସ୍ତାଘାଟରେ

ଉପାୟଶୂନ୍ୟ ହୋଇ ବୁଲୁବୁଲୁ 

କରୋନାରେ ଗୁଡେ ଆକ୍ରାନ୍ତ ହେଲେ

ହଜାର ହଜାର କିଲୋମିଟର 

ଖାଲି ପାଦରେ ଖାଲି ପେଟରେ ଚାଲିଚାଲି 

ସାଇକେଲ୍ ପେଲିପେଲି 

ନିଜ ଜନ୍ମମାଟିକୁ ଫେରିବା ବେଳେ 

ପୁଲିସ କାହାକୁ ପିଟି ପିଟି ମାରିଦେଲା

ତ ଆଉ କିଏ ଚାଲୁଚାଲୁ ଟଳି ପଡିଲା

ଏଠି ପହଞ୍ଚି ଦେଖିଲେ ଭୟଙ୍କର ଅବସ୍ଥା

ନିଜ ଜନ୍ମମାଟିରେ ଆଜି ନିଜେ ଅଲୋଡା 

ସାଇ ପଡିଶା ଗାଁଆଁ ଭାଇଙ୍କର 

ସନ୍ଦେହର ଆଖି ସହିତ ଘୃଣାର ଭାବ

ଜଳଜଳ କରି ଦେଖୁଛନ୍ତି ଆଜି 

ସେଇ ମେହେନତୀ ମଣିଷମାନେ !!!


ସତରେ କରୋନା 

ପ୍ରେମିକାଠାରୁ ବି ଆଜି

ନିଜର ହେଲୁ

ତୋ ସହ ସାଥୀ ହୋଇ 

ଜୀବନ ଜୀଇଁବା ଶିଖାଇଲୁ

ତୁ ସତରେ ଏବେ ଖୁବ୍

ଦେହସୁହା ହୋଇଗଲୁ !!!!



Rate this content
Log in

Similar oriya poem from Abstract