STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

କରୋନା ବନ୍ଦ ର ନବମ ଦିନରେ

କରୋନା ବନ୍ଦ ର ନବମ ଦିନରେ

1 min
279

    ମଣିଷ ପାଖରୁ ମଣିଷ, ଛଡାଇ ନିଅଇ ଏ ଭାଇରସ

କରୋନା ଏହାର ନାମ ହଯାଇଛି ମଣିଷ ମୁହଁର ସହ

ସ୍ରଷ୍ଠା ଙ୍କର ଏହି ସୁନ୍ଦର ପୃଥିବୀ ସତେକି ହୋଇବ ଧ୍ଵଂସ


ସବୁଜିମା ଭରା ପାହାଡ଼, ପର୍ବତ ସୁନୀଳ ମହାସାଗର

ନଦନଦୀ ବଣ,ଜଙ୍ଗଲ ମୁଖର କଳରବେ ପକ୍ଷୀ ଙ୍କର

ଧ୍ଵସ୍ତ, ବିଧ୍ବସ୍ତ,ବିକଳାଙ୍ଗ ହେବ ଏତେ ସୁନ୍ଦର ସଂସାର


ଅସହାୟ ଦୁଃଖ,କଷ୍ଟ,ଯନ୍ତ୍ରଣା ଭରା ସ୍ଵର ହା ହା କାର

ଆମେ ସମ୍ମିଳିତେ ଦୂର କରିଦେବା, ଛାଡ ଗର୍ବ, ଅହଂକାର

କରୋନା ବିରୁଦ୍ଧେ ଯୁଦ୍ଧ କରିବା ଆସ କବି,କଳାକାର


ବିବେକ,ସଂଯମ, ତ୍ୟାଗ,ସଂକଳ୍ପ ର ଅସ୍ତ୍ରେ କରିବା ଯୁଦ୍ଧ

ସଚେତନ ହେଲେ ହାରିବ କରୋନା କର ଏହି ଅସ୍ତ୍ରେ ବଦ୍ଧ

ବୁଦ୍ଧି ବଳେ ତାକୁ ମାରିବା ନହେଲେ ମରିବାଟା ସ୍ଵୟଂ ସିଦ୍ଧ


କୃଷକ, ଶ୍ରମିକ,ଡାକତର ବନ୍ଧୁ ଯୁଦ୍ଧରେ ହୁଅ ସକ୍ରିୟ

କଡାକଡି ଭାବେ ପାଳନ କରିଲେ ଆମର ନିଶ୍ଚୟ ଜୟ

ସାମାଜିକ ଦୂରିକରଣ ଆମର ଦୂରେଇବ ଏହି ଭୟ


ଆସନ୍ତା ଚଉଦ ଦିନ ଆମପାଇଁ କଠିନ ପରୀକ୍ଷା ବେଳ

ସଂକଟ ବିରାଟ ଆହ୍ଵାନ ଆମକୁ ଦେବ ଦୁର୍ଲ୍ଲଭ ସଫଳ

ଏବିପଦ କାଳରାତ୍ରୀ ଦୂର କର ଚଉବାହା ଆଦିମୂଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract