STORYMIRROR

Priyabrata Mohanty

Inspirational

3  

Priyabrata Mohanty

Inspirational

କରୋନା ଭାଗ-୬

କରୋନା ଭାଗ-୬

1 min
198

ବିଦ୍ୟାର୍ଥୀ ଗଣ    ଦେଶର ଧନ

      ମାଗଣା ଶିକ୍ଷା    ବି ଅଧିକାର,

ବିଦ୍ୟାଳୟରେ    ଝୁଲାଇ ତାଲା,

      ଭବିଷ୍ୟ କରିଛ    ଅନ୍ଧକାର ।୧।


ମୋବାଇଲିରେ    ପଢ଼ା ଚାଲିଛି

      ଡ଼ିଣ୍ଡୋରା ପିଟେ    ଗଣ ବିଭାଗ

କି ପାଠ ପଢ଼ା    ହେଉଛି ସେଠି,

      କେମିତି ହେଉଛି    ଯୋଗାଯୋଗ ।୨।


ବିଜୁଳୀ ତାର    ଯିଏ ଦେଖିନି,

      ଟାୱାର ଖୁଣ୍ଟି    ସେଠି କି ଥିବ,

ନଡ଼ା ଛପର    ଘର ଯାହାର

      ରିଚାର୍ଜ ସେକି    କରି ପାରିବ ।୩।


ଖାଲି ସହରେ    ନାହାଁନ୍ତି ସବୁ

      ଗାଁ ବିଦ୍ୟାଳୟ    ପିଲାରେ ଭରା,

ଅଣ୍ଡା ଚାଉଳ    ଯୋଗାଇ ଦେଲେ,

      ପାଠ୍ୟକ୍ରମ    ହେବ କି ପୁରା ।୪।


ଜନତା ଧନେ    ଫୁଟାଣି ମାରି

      ସମୟର କର    ଅପଚୟ,

କରୋନା ଦ୍ୱାହି    ଦେଉଛ କାହିଁ,

      ସ୍ଥାଣୁ ବ୍ୟବସ୍ଥାର    ପରିଚୟ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational