କ୍ରୋଧ
କ୍ରୋଧ
ପ୍ରତି ମଣିଷର ମଧ୍ୟରେ ଭାଇରେ
କ୍ରୋଧ ପରା ରହିଅଛି
ଷଡ଼ରିପୁ ମଧ୍ୟେ କ୍ରୋଧ ନିଆଁ ପରି
ଜାଳେ ପରା ସବୁ କିଛି ।
ଏହି ମୁଖେ ପରା ରହିଛି ଅମୃତ
ମୁଖେ ଅଛି ପୁଣି ବିଷ
ଅମୃତ ବିନୟ ମଧୁର କଥାରେ
ଶତୁବି ହୁଅଇ ବଶ ।
ଭଲ ବୁଝାମଣା ରଖିଲେ କଦାପି
କ୍ରୋଧ ସୃଷ୍ଟି ହୁଏ ନାହିଁ
ଅନ୍ୟର ଉପରେ ରାଗିଲେ ସର୍ବଦା
ନିଜର କ୍ଷତି ଘଟଇ ।
କାହା ମୁଖେ ଯଦି ହସ ଦବ ନାହିଁ
ନଦିଅ କେବେ ଆଘାତ
ଜୀବେ ଦୟା କଲେ ମିଳେ ପରା ପୁଣ୍ୟ
ପୁରାଣେ ଏହା ବର୍ଣ୍ଣିତ ।
ଅନ୍ୟର ଉପରେ ରାଗିଲେ ବ୍ୟକ୍ତିର
ବଢିଥାଏ ରକ୍ତଚାପ
ବିଭିନ୍ନ ରୋଗରେ ବ୍ୟକ୍ତି ପଡ଼ିଥାଏ
ରାଗ ନିୟନ୍ତ୍ରଣ ରଖ ।
ଘର କରି ପ୍ରତି ମୂହୁର୍ତ୍ତରେ ପରା
ରାଗ ଅଭିମାନ ଅଛି
ଅନ୍ୟର କଥାକୁ ସହିଗଲେ ପରା
କ୍ରୋଧ ହୁଏ ନାହିଁ ସୃଷ୍ଟି ।
କ୍ରୋଧିତ ଲୋକକୁ ବୁଝାଇବା ଆମେ
ଆମେ କେବେ ନରାଗିବା
ଅନ୍ୟକୁ ହସାଅ ନିଜେ ପରା ହସ
ସଭିଏଁ ଖୁସି ରହିବା ।
