STORYMIRROR

Narendra Prasad Behera

Abstract

3  

Narendra Prasad Behera

Abstract

କରନାହିଁ ଅବହେଳା

କରନାହିଁ ଅବହେଳା

1 min
26

(((((କରନାହିଁ ଅବହେଳା))))) 

*******************'****

ଲୁହରେ ଭିଜୁଛି  ମୋ ଦୁଇ ନୟନ

    କେମିତି ସହିବି କୁହ

ତୁମେପରା ସେହି  ଜଗତ ଠାକୁର

    ଭାବିଲେ ଆସୁଛି ଲୁହ ।୧।


କୁହ ତୁମେ କେଉଁ  ଅପରାଧେ ଆଜି

    ଦଣ୍ଡ ଦେଉଛ ଆମ୍ଭକୁ 

ଦୁଃଖ ନାଶନ ହେ  ଦୂରକର ଦୁଃଖ 

   ଶାନ୍ତ କର ଏ ପ୍ରାଣକୁ ।୨।


ବିଶ୍ବବାସୀ ଆଜି  ଡହଳ ବିକଳ

    ଅକାଳେ ଯାଉଛି ପ୍ରାଣ

କେଡେ ନିର୍ଦ୍ଦୟ ହେ  ହୃଦୟ ତୁମର

    ଡାକିଲେ କାହିଁ ନ ଶୁଣ ।୩।


ହୁଅନି ନିଷ୍ଠୁର   ହେ ଚକାନୟନ

    କରୁଛି ଏହି ପ୍ରାର୍ଥନା

ଆଖିଖୋଲି ଦେଖ ସଂସାରର ଦୁଃଖ 

    ଦିଅନି ଆଉ ଯାତନା ।୪।


କର୍ମଫଳ ଯାହା ଥିଲା ତ ଭାଗ୍ଯରେ

    ଭୋଗିବାର ନାହିଁ ଇଚ୍ଛା

ଟେକିଦେଇ ହାତ  କର ଆଶୀର୍ବାଦ

    ପୂର୍ଣ୍ଣ ହେଉ ମନୋବାଞ୍ଛା ।୫।


ଜାତି, ଧର୍ମ, ବର୍ଣ୍ଣ  ନିର୍ବିଶେଷେ ତୁମେ

    ସଭିଙ୍କ ଅଟ ଦେବତା

ବିଶ୍ବବାସୀର ମନେ   ଭରିଦିଅ ଶାନ୍ତି

    ତୁମେତ ଜଗତ ପିତା ।୬।


ନିବେଦନ ମୋର  ଶୁଣ କର୍ଣ୍ଣଡେରି

     କରନାହିଁ ଅବହେଳା

କଲେ ଅବହେଳା  ବୁଡିଯିବ ଭେଳା

    ଶୁଣ ଆହେ ଚକାଡୋଳା ।୭।


ଦିଅ ଶୁଭ ଦୃଷ୍ଟି   ଯାଉ ଦୁଃଖ ହଟି

     ହସିଉଠି ପୁଣି ଧରା

ମର୍ତ୍ତ୍ୟରେ ମାନବ   ସବୁତ ତୁମର

     ନଗ୍ରାସୁ କାହାକୁ ଜରା ।୮।


ପାରୁନାହିଁ ସହି   ଦୁଃଖ ଓ ଯନ୍ତ୍ରଣା

     କାହାକୁ କହିବି ଆଉ

ଆନ କେହି ନାହିଁ  ଶୁଣିବାକୁ ଦୁଃଖ 

    ତୁମେ ପ୍ରଭୁ ଥାଉଥାଉ ।୯।


ଆଜି ଏହି ଭିକ୍ଷା   ମାଗୁଛି ପ୍ରଭୁ ହେ

    ଥାଳ ମୋର ଦିଅ ଭରି

ସୁଖଶାନ୍ତି ଫେରି  ଆସୁ ଏ ଜଗତେ

     ବଡ଼ଦାଣ୍ଡ ଉଠୁ ପୁରି ।୧୦।



Rate this content
Log in

Similar oriya poem from Abstract