STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

2  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

କରନା" ଘଣ୍ଟି

କରନା" ଘଣ୍ଟି

1 min
224

କରୋନା 'କରନା' ସତର୍କ ଘଣ୍ଟିରେ

   କମ୍ପିଲାଣି ସାରା ବିଶ୍ୱ

କରୋନା ଭୁତାଣୁ ବାର୍ତ୍ତାବହ ସାଜି

  ବୁଲୁଛି ଦେଶରୁ ଦେଶ


ବାୟୁ ବ୍ୟମୋଜାନ ପ୍ରକୃତି ଚାଳକ

   କରୋନା ବିମାନ ଯାତ୍ରୀ

ପ୍ରଦୂଷଣ ଆମ ଇନ୍ଧନ ଯୋଗାଏ

   ବଢୁଛି ଭୁତାଣୁ ଗତି


ଦେହରୁ ଦେହକୁ ସଂକ୍ରମିତ ହୋଇ

   ବଢୁଛି ଭୟର ତାତି

ସଚେତନ ବାର୍ତ୍ତା ଶରୀରେ ଲେଖୁଛି

  'ଉଠ ହେ ମାନବ ଜାତି'


ବିଶ୍ୱ ଧ୍ୱଂସ ପାଇଁ ପ୍ରକୃତିର ରୋଶ

  ଜାଗ୍ରତ କରନି ଆଉ

ଜୀବ ଓ ଜଗତ ପରିବେଶ ପ୍ରତି

  କ୍ରୁରତା ଦୂରେଇ ଯାଉ


ଆତ୍ମ ତୃପ୍ତି ଲାଗି ନିର୍ଦ୍ଦୟ ଚିତ୍ତରେ

   ନିରୀହ ପ୍ରାଣୀଙ୍କ ବଦ୍ଧ

ସ୍ୱାର୍ଥ ସିଦ୍ଧି ପାଇଁ ସୃଷ୍ଟି ବିରୁଦ୍ଧରେ

  କର ନାହିଁ ଆଉ ଯୁଦ୍ଧ


ପରିବେଶ ଧ୍ୱଂସ ପ୍ରକୃତିର ରୋଶ

   ମହାମାରୀ ରୂପ ନେଇ

କାଳର ସ୍ରୋତରେ ଭୁତାଣୁ ଜୀବାଣୁ  

  ବନ୍ୟା ନବ ସବୁ ଧୋଇ


ପ୍ରକୃତି ଆସିବ ମହାକାଳ ହୋଇ

    ବିଜ୍ଞାନ ପାତିବ ମୁଣ୍ଡ

ରୋଗ ଦୁଃଖ କଷ୍ଟ ଯନ୍ତ୍ରଣା ଜାଲରେ

   ମାନବ ଭୋଗିବ ଦଣ୍ଡ


Rate this content
Log in

Similar oriya poem from Abstract