STORYMIRROR

BISWESWAR MAJHI

Abstract

4  

BISWESWAR MAJHI

Abstract

କ୍ରମରେ କରୋନା

କ୍ରମରେ କରୋନା

2 mins
342

ଉନେଇଶ ସାଲ ଶେଷ ଦିବସରେ ଚାଇନା କଲା ପ୍ରକାଶ

ସେ ଦେଶରେ ଧରା ପଡିଛି କରୋନା ନାମରେ ଗୋଟେ ଭାଇରସ ।

ବିଶ୍ୱକର୍ମା ପୁର ୟୁହାନ ସହର ତାହାର ଜନମ ସ୍ଥଳ

ଯୋଗାଯୋଗ କଲେ ବିଛିନ୍ନ ସେଠାକୁ ପୃଥ୍ବୀ ହେଲା ହୁଲସ୍ଥୁଲ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାମ ଦେଲା କୋଭିଡ୍-୧୯ ବୋଲି

ଉପଚାର ନାହିଁ ପ୍ରତିଷେଧକ ବି ତା ପାଇଁ ଏକ ପ୍ରହେଳି !

ବିଦେଶୁ ଆଗତ ନାଗରିକ ଯେବେ ଫେରିଲେ ଆପଣା ଦେଶେ

କରୋନା ଭୂତାଣୁ ଭ୍ରମିଲା ସାଥିରେ ଭରି ଦୁଇ ଶତ ଦେଶେ ।

ଇରାନ ଇଟାଲି ଫ୍ରାନ୍ସ୍ ସ୍ପେନ୍ ସହ ଆମେରିକା ହାହାକାର

ହଜାର ସଂଖ୍ୟାରେ ମରଣ ବରନ୍ତି ହତଭମ୍ବ ସରକାର ।

ସଚେତନ ହେଲା ଭାରତ ମାର୍ଚ୍ଚରେ ଯାତ୍ରୀ ପାଇଁ କଟକଣା

ବିଦେଶାଗତଙ୍କୁ ଅବରୁଦ୍ଧ କଲେ ସନ୍ଦିଗ୍ଧ ବୋଲି ଠିକଣା ।

ମୃତ୍ୟୁର ପଦଧ୍ୱନି ଗୁଞ୍ଜରିତ ଜନବହୁଳ ଏ ଦେଶେ

ଟ୍ରେନ ବସ୍ ସେବା ଉଡାଜାହାଜକୁ ବାତିଲ କଲେ ନିର୍ଦ୍ଦେଶେ ।

ବାଇଶି ମାର୍ଚ୍ଚରେ ଗୃହବନ୍ଦୀ ହେବେ ସକଳ ଜନତା ବୋଲି

ଦେଶର ମୁଖିଆ ଅନୁରୋଧ କଲେ ସନ୍ଧ୍ୟା ପାଞ୍ଚଟାରେ ତାଳି ।

ନବୀନ ପାଦଟେ ଆଗକୁ ବଢାଇ ଓଡିଶାର କିଛି ଜିଲ୍ଲା

କିଛି ସହରକୁ ବନ୍ଦ ଘୋଷଣା କରି ପକାଇଲେ ତାଲା ।

ଦ୍ୱିତୀୟ ସ୍ତରରେ ପହଞ୍ଚିଲା ଯେବେ କରୋନାର ସଙ୍କ୍ରମଣ

ଅସ୍ଥିର ହୋଇଲେ କେନ୍ଦ୍ର ସରକାର ଚବିଶ ମାର୍ଚ୍ଚର ଦିନ ।

ଏକୋଇଶ ଦିନ ପାଇଁ ଗୃହବନ୍ଦୀ ରହିବାକୁ ପରାମର୍ଶ 

ଚଉଦ ଅପ୍ରେଲ ପର୍ଯ୍ୟନ୍ତ ଅବଧି ହୁଅନ୍ତା କି କେହି ହର୍ଷ !

କଳ କାରଖାନା ବ୍ୟବସାୟ ଯେତେ ଅତି ଆବଶ୍ୟକ ଛାଡି

କରୋନା ମାଡରେ ପଡିଲେ ସଭିଏଁ ଭୂମିପରେ ମୁହଁ ମାଡି ।

ଓଡିଶାରେ ଯହୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଲା କାୟା ମେଲାଇ 

ଲକ୍ ଡାଉନ୍ ନୁହେଁ ସଟ୍ ଡାଉନକୁ ଆଦରିଲେ ନବି ସାଇଁ ।

ଅପ୍ରେଲ ତିନିର ଆଠଟା ରାତିରୁ ପାଞ୍ଚର ରାତି ଆଠ

ଦୁଇ ଦିନ ପାଇଁ ଘରୁ ବାହାରିଲେ ପୁଲିସ ମାରିବ ଲାଠ। 

ଡାକ୍ତର ସହିତ ପାରାମେଡିକାଲ କରୋନାକୁ ଠେଲି ଧରି

ଗତିପଥ ତା'ର ରୋଧନ୍ତି ଦୃଢରେ ଜୀବନକୁ ପାଣି କରି। 

ପୁଲିସ ଜଗିଛି ଘରୁ ବାହାରିଲେ କରୋନା ପଶି ଆସିବ

ଚବିଶ ଘଣ୍ଟିଆ ପ୍ରହରା ଦେଉଛି ଜନତା କାହିଁ ବୁଝିବ !

ଇଲେକଟ୍ରିକ୍ ପାଣି ସଉଦା ପରିବା ଔଷଧ ସଫେଇ ବାଲା

ବ୍ୟାଙ୍କର ଏସବୁ ଅତ୍ୟାବଶ୍ୟକୀୟ ସାଥିରେ ସମ୍ବାଦ ବାଲା ।

ସେବା ଯୋଗାଇବା ପାଇଁ ଜୀବନକୁ ବାଜି ଲଗାଇ ବାପୁଡା

ସଙ୍କ୍ରମଣ ତାଙ୍କୁ ଦେବା ନାହିଁ ଏଥିପାଇଁ ସତର୍କତା ।

ଅତି ଆବଶ୍ୟକ ନପଡିଲେ ଘରୁ ଗୋଡ ନକାଢି ପଦାକୁ

କରୋନାକୁ ଦେବା ନାହିଁ ନିମନ୍ତ୍ରଣ ବଞ୍ଚାଇବା ସମାଜକୁ ।

ମୋଦି ସାଇଁ କଲେ ଜଗତ କଲ୍ୟାଣ ପାଇଁ ଏକ ଆବେଦନ

ପାଞ୍ଚ ଅପ୍ରେଲର ନଅଟା ରାତିରେ କରିବାକୁ ଦୀପଦାନ ।

ଘରେ ଶିଷ୍ଟାଚାର ଶୃଙ୍ଖଳା ସଂସ୍କାର ସଂସ୍କୃତି ଫେରାଇବାକୁ

ଉପଯୁକ୍ତ ଏହି ସମୟ ନ ଭାବି ବଣଭୋଜି କରିବାକୁ ।

ମହିଷା ନିଧନ ପାଇଁ ଦେବଗଣ ସମସ୍ୱରେ ନିବେଦନ

ମହିଷାମର୍ଦ୍ଦିନୀ ଆବିର୍ଭାବ ହେବେ କରୋନା ହେବ ନିଧନ ।

ଆହୁରି କ୍ରମାଙ୍କ ରହିଛି ଆଗକୁ ଧିରେ ଧିରେ ପ୍ରକାଶିବ

ଘରେ ରହି କରୋନାକୁ ନଡାକିଲେ ପବନେ ମିଳାଇ ଯିବ ।


Rate this content
Log in

Similar oriya poem from Abstract