STORYMIRROR

Arundhati Jena

Inspirational Others

2  

Arundhati Jena

Inspirational Others

କର୍ମର ଫଳ

କର୍ମର ଫଳ

1 min
27

          

ନିଶବ୍ଦ ଦୁନିଆଁ ସତେ ଅବା ଝଡ ପର ର ନୀରବତା

ମନରେ ଅନେକ ଭୟ ଆଉ ହ୍ରୁଦୟ ରେ ଅମାପ ବ୍ୟଥା।

ଜୀବନ ବିକଳରେ ମାସ୍କ୍ ଆଉ ସାମାଜିକ ଦୂରତା

ନମାନିଲେ ନିଜ ସହ ଅନ୍ୟ ର ବି ବଢାଇବା ଚିନ୍ତା।

ମନୁଷ୍ଯ ଶ୍ରେଷ୍ଠ ଜୀବ ହେଲେ ସ୍ୱାର୍ଥ ସର୍ବସ୍ବ ପାଲଟିଛି

ଜୈବ ବିବିଧତା ପଢି ମଧ୍ଯ ସେ ତାକୁ ଅଣଦେଖା କରିଛି।

ଶୈବ ପୀଠରେ ବି ଆମ ର ଜୈବ ବିବିଧତା ଅଛି

ହେଲେ ମଣିଷ ର ଆଖି ରେ ସତେ ଅବା ଆସ୍ତରଣ ଜମିଛି।

ପୁରାଣ ପୋଥି ରେ ଆମର ଅନେକ କଥା ଅଛି

ସେସବୁର ହତାଦର କରି ମନୁଷ୍ଯ ଆଜି ଅନେକ ଭୋଗୁଛି।

ମାନବିକତା କୁ ହରାଇ ଆଜି ସିଏ ମରଣ ଜନ୍ତା ରେ

ନିଜ ଭୁଲ୍ ପାଇଁ ସିଏ ଆଜି ପଶ୍ଚାତାପ କରେ।

ତାଲା ବନ୍ଦ ଘରେ ଜୀବନ ଲାଗେ ଦୁର୍ବିସହ

ପ୍ରତି ମୁହୂର୍ତ୍ତ ରେ କାହାକୁ ହରେଇବାର ଭୟ।

ଶାନ୍ତ ପରିବେଶ ରେ ପଶୁ ପକ୍ଷୀଙ୍କ ର କୋଳାହଳ

ସତେ ଅବା ସେମାନେ କରନ୍ତି ମନୁଷ୍ଯ କୁ ତାତ୍ସଲ୍ଯ।

ଅଦୃଶ୍ଯ ଛୋଟ ଭୂତାଣୁ ନେଉଛି ଅନେକ ଜୀବନ

ତା' ଆଗରେ ଫେଲ୍ ମାରୁଛି ମଣିଷ ର ଜ୍ଞାନ।

ତ୍ରାହି ତ୍ରାହି ବୋଲି ସିଏ ଡାକୁଛି ଆକୁଳେ

ଦୋଷ କ୍ଷମା କରି ବଞ୍ଚାଅ କାଳିଆ ଠାକୁରେ।

ତବ ପାଦତଳେ ପ୍ରଭୁ ସମଗ୍ର ମନୁଷ୍ଯ ଜାତି

ଉଦ୍ଧାର କରହେ ପ୍ରଭୁ ଏତିକି ବିନତୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational