STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚୌରାଗ୍ରଗଣ୍ୟ

ଚୌରାଗ୍ରଗଣ୍ୟ

1 min
249

ଚୋରମଧ୍ୟେ ଅଗ୍ରଗଣ୍ୟ ଅଟୁ ମହାଚୋର

ଭୁବନ ମୋହୁ ତୁ ହସେ ଶ୍ରୀରଙ୍ଗା ଅଧର l


ସତ୍ୟଯୁଗେ ବଳିରାଜା ଦୈତ୍ୟଙ୍କ ନୃପତି

ଗର୍ବ ଚୋରାଇଲୁ ଦାନେ ସକଳ ସମ୍ପତ୍ତି l


ଚୋର ପଣେ ବାଳିକୁ ବଧିଲୁ ଲୁଚି କରି

ସୁଗ୍ରୀବେ ମଇତ୍ରହେଲ ପ୍ରଭୁ ରାବଣାରୀ l


ବ୍ରଜରେ ପ୍ରସିଦ୍ଧ ହେଲ ନବନୀତ ଚୋର

ବସ୍ତ୍ର ଚୋରି କଲ ପୁଣି ବ୍ରଜ ବାଳାଙ୍କର l


ଗୋପିଙ୍କ ମନ୍ଦିରେ ପଶି ଚୋରପରି ଏକା

ଦହି, ଦୁଧ ଚୋରି କରି ଛିଣ୍ଡାଇଲ ଶିକା l


ମାଧବେନ୍ଦ୍ରପୁରୀ ପାଇଁ ଚୋରିକଲ କ୍ଷୀରା

ରେମୁଣାର ଗୋପିନାଥ ପ୍ରଭୁ କ୍ଷୀରଚୋରା l


ବନ୍ଧୁପାଇଁ କଲ ପୁଣି ଭୋଗଥାଳି ଚୋରି

ବନ୍ଧୁ ମହାନ୍ତିକୁ ନେଲ ବନ୍ଧୁ ପଣେ ବରି l


ଚୋରି କଲ ଅଜାଙ୍କର ବାଡ଼ିରୁ ପଣସ

ଅଠା ବୋଳିଦେଲ ଶିରେ ବଳରାମଦାସ l


ଯୁଗେଯୁଗେ ଚୋୖର୍ଯ୍ୟବୃତ୍ତି ତୁମ ଗଲାନାହିଁ

ଦୟଣା ଚୋରି କରୁଛୁ ଶ୍ରୀକ୍ଷେତ୍ରରେ ରହି l


ଅଶେଷ ଜନ୍ମର ମୋର ଅଛି ପାପ ଧନ

ଚୋରିକର ମହାଚୌର ଏହି ନିବେଦନ l


ହେ ଚତୁର ଚିନ୍ତାମଣି ନୀଳାଦ୍ରୀ ମଣ୍ଡନ

ଚାତର ନ କର ଚାଣ୍ଡେ ପଶିଲି ଶରଣ l

               


Rate this content
Log in

Similar oriya poem from Inspirational