STORYMIRROR

SRIKANTA PRADHAN

Inspirational

4  

SRIKANTA PRADHAN

Inspirational

ବନ୍ଧୁତା

ବନ୍ଧୁତା

1 min
1.1K

ଏପରି ସମ୍ପର୍କ ନାହିଁ ତିଳେ ଯହିଁ

ଛଳନା ବା ପ୍ରତାରଣା

ଏତେ ମହାନ ସେ ହୃଦୟ ତନ୍ତ୍ରୀରେ

ସଦା ସପ୍ତ ରାଗ ବୀଣା l


ବିଳାସେ ଉତ୍ସବେ ରାଷ୍ଟ୍ର ବିପ୍ଳବରେ

ଅଦାଲତେ ବା ଦୁର୍ଭିକ୍ଷେ

ଅନ୍ତିମ କାଳରେ ଶ୍ମଶାନ ଭୂମିରେ

ଏ ଭାବ ମାତ୍ର ପରଖେ l


ପ୍ରକୃତ ବନ୍ଧୁର ଭାବ କେ କଳନା

କରିପାରିବ ପ୍ରତ୍ୟକ୍ଷ

ବନ୍ଧୁତା ସମାନ ନାହିଁ ଉପମାନ

ଦେବାକୁ ସଂସାରେ ଲକ୍ଷ l


ଜାତି ଧର୍ମ ବର୍ଣ୍ଣ ବନ୍ଧୁତା ନଦେଖେ

ଦେଖେ ହୃଦ ପ୍ରେମ ଭାବ

ରାମାୟଣ ସାକ୍ଷୀ ବାନର ସୁଗ୍ରୀଵେ

ବନ୍ଧୁତା କଲେ ରାଘବ l


ପ୍ରତ୍ୟକ୍ଷ ରେ ମଧୁ ବଚନ ଭାଷଣ

ପରୋକ୍ଷରେ କାର୍ଯ୍ୟହନ୍ତା

କରେଯେ ମାନବ ଏ ପ୍ରକାର ଭାବ

ତାହା ନୁହଁଇ ବନ୍ଧୁତା l


ବନ୍ଧୁତା ଏପରି ଅଟଇ ମହାନ

ମୃଦ୍ୟୁ ଗନ୍ଧବହ ପ୍ରାୟ

ସୁକ୍ଷ୍ମ ଅଣୁ ଭୂତି ମାନବ ଜୀବନ

କରଇ ଅମୀୟ ମୟ l


ବନ୍ଧୁତାରେ ଯଦି କ୍ରୋଧ ଯାତ ହୁଏ

ପ୍ରେମରେ ବଦଳି ଯାଏ

ମହାଭାରତର କର୍ଣ୍ଣ ଦୁର୍ଯ୍ୟୋଧନ

ବନ୍ଧୁତା ଏ ଶିକ୍ଷା ଦିଏ l


ବନ୍ଧୁତାରୁ ବଳି ସଂସାର ମଧ୍ୟରେ

ଶ୍ରେଷ୍ଠ କିଛି ନାହିଁ ଆଉ

ସେଥିପାଇଁ ପରା ଜଗବନ୍ଧୁ ନାମ

ବହିଛନ୍ତି ମହାବାହୁ l


ପ୍ରକୃତ ବନ୍ଧୁତା ସବୁ ସମ୍ପର୍କରୁ ଶ୍ରେଷ୍ଠ

ବୋଲି ଶାସ୍ତ୍ରେ ଲେଖା

ବନ୍ଧୁ ବନ୍ଧୁତାରୁ ଉତ୍ତମ ସମ୍ପର୍କ

ଯୁଗେ ଯୁଗେ ନାହିଁ ଦେଖା l


ବନ୍ଧୁତା ଏପରି ସମ୍ପର୍କ ଗୋଟିଏ

ଶଙ୍କା ଓ ଛଳନା ନାହିଁ

ଆତ୍ମା ସହ ମାତ୍ର ଆତ୍ମାର ମିଳନ

ଦୀନ ପ୍ରେମାନନ୍ଦ କହି l


Rate this content
Log in

Similar oriya poem from Inspirational