STORYMIRROR

SRIKANTA PRADHAN

Inspirational

4  

SRIKANTA PRADHAN

Inspirational

ଜାଗ୍ରତ ହୁଅ ଓଡ଼ିଆ

ଜାଗ୍ରତ ହୁଅ ଓଡ଼ିଆ

1 min
748

ଧରଣୀ ମଧ୍ୟରେ ଶ୍ରେଷ୍ଠ ସତର ଦ୍ବିପେ ଗରିଷ୍ଠ

ଜମ୍ବୁ ଦ୍ବିପ ଟି ବଳିଷ୍ଠ ଶାସ୍ତ୍ରେ ରଚିତ

ଜମ୍ବୁ ଦ୍ବିପରେ ସରସ ପୂଣ୍ୟ ଭାରତ ବରଷ

ଭାରତ ବର୍ଷେ ଉତ୍କଳ ଦେଶଟି ସ୍ମୃତ

ଯାହା ନାହିଁ ମୋର ଉତ୍କଳେ

ଖୋଜିଲେ ଭରତେ ମର୍ତ୍ତ୍ୟେ କାହିଁ ନମିଳେ l


ସ୍ବର୍ଣ୍ଣିମ ଯାର ଅତୀତ ଗାଏ ଗଉରବ ଗୀତ

ଗଙ୍ଗା ଠାରୁ ଗୋଦାବରୀ ଥିଲା ବିସ୍ତୃତ

ଯେ ମାଟି ସାଧବ ସୁତ ସମୁଦ୍ରେ ବାହି ବୋଇତ

ବାଣିଜ୍ୟ କରିଣ ଧନ ଆଣୁଥିଲେ ତ

ଆଜି ସେ ମାଟିର ନନ୍ଦନ

ପେଟ ଲାଗି ବିଦେଶରେ ଖଟେ ଦାଦନ l


ଥିଲାଯେ କଳିଙ୍ଗ ସିନ୍ଧୁ ଉତ୍କଳର ପ୍ରାଣ ବିନ୍ଦୁ

ବଙ୍ଗ କୂଟେ ହେଲାସେ ବଙ୍ଗୋପସାଗର

ଭଗ୍ନ କୋଣାର୍କ ମନ୍ଦିର ନୈପୁଣ କଳା ସୁନ୍ଦର

କଳିଙ୍ଗ ଶିଳ୍ପର ସମ୍ପୂର୍ଣ୍ଣ ଗନ୍ତାଘର

ଫିରଙ୍ଗୀ ମୋଗଲ ଯବନ

ଆକ୍ରମଣେ ଉତ୍କଳ ହୋଇଲା ଖଣ୍ଡନ l


ପ୍ରଭୁ ମୋର ଜଗନ୍ନାଥ ଲୁଚିଲେ ହୋଇ ଗୁପତ

କେତେଯେ ଲହୁ ବହିଛି ଏମାଟି ପରେ

କେତେ କେତେ ଯେ ଲମ୍ପଟ କରିଲେ କୂଟ କପଟ

ଖଣ୍ଡିତ ହୋଇ ସ୍ୱତନ୍ତ୍ର ଭାଷା ଭିତ୍ତିରେ

ନବ ନାମ ହେଲା ଓଡିଶା

ଓଡ଼ିଆ ଜନତା ଓଡ଼ିଆ ମାତୃଭାଷା l


ଯାହାର କିରତୀ ସୁଧା ପ୍ରସିଦ୍ଧ ଥିଲା ବସୁଧା

ତା ସନ୍ତାନ କିମ୍ପା ତୁହି ଆଜି କୋଢ଼ିଆ

ମାତାର ସମ୍ମାନ କ୍ଷୁର୍ଣ୍ଣ କେତେ ଦେଖିବୁରେ ଧନ

ଆସିଛି ଦିନ ଜାଗ୍ରତ ହୁଅ ଓଡ଼ିଆ

ପିତା ପିତାମହ କିରତୀ

ଅନୁସରି କର ଆଜି ତୁ ଅଗ୍ରଗତି l


ଶୋଇ ପଡ଼ିଲେ ତୁ ଚେଇଁ ସଂସାରେ ଯିବୁ ପଛେଇ

ଆହା କହିବାରେ ପଦେ ନଥିବେ କେହି

ସଂସାର ବଡ଼ ଅଜବ ନଜାଣୁ କି ତୁହି ସର୍ବ

ଶୋଇବା ସନ୍ତାନ ଭାଗ କିଛିହିଁ ନାହିଁ

ତୁଚ୍ଛା ମୁଁ ଓଡ଼ିଆ ବଢ଼ିଆ

କହିଲେ ନୁହେଁ ଜାଗ୍ରତ ହୁଅ ଓଡ଼ିଆ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational