STORYMIRROR

Sandhyarani dash

Inspirational

4  

Sandhyarani dash

Inspirational

ବନ୍ଧୁ

ବନ୍ଧୁ

1 min
350


ଫୁଲେଇ ଫଗୁଣ ଆମ୍ବ ବଉଳ ରେ

ସଜେଇ ଦେଇଛି ଗଭା

ଫାଜିଲ ପବନ ଇର୍ଷାରେ ଜଳୁଛି

ଦେଖି ବାୟାନବେ ସଭା।


କୋକିଳ ଗାଉଛି ପଞ୍ଚମ ସ୍ଵରରେ

ମଳୟ ଆସୁଛି ଭାସି

ତିରିଶି ବର୍ଷର ବନ୍ଧୁ ମିଳନ ରେ

ପ୍ରକୃତି ଦେଉଛି ହସି।


ଏହି ମିଳନରେ ମିଶିଛି ଚନ୍ଦନ

ମହ ମହ ବାସି ଯାଏ

ମଲ୍ଲି ମାଳତୀ ର ସୁଗନ୍ଧ ପୁଷ୍ପରେ

ବନ୍ଧୁତା ବିଭୋର ହୁଏ।


ଆଙ୍କି ହୁଏ ସ୍ମୃତି ହୃଦୟ କାଗଜେ

ଦିବା ନିଶି ଝୁରି ବସି

ଅଜା ଣ ତେ ପୁଣି ଲହଡ଼ି ଭାଙ୍ଗ ଇ

ପିଟି ହୁଏ କୂଳେ ଆସି।


ହଳଦୀ ବସନ୍ତ ଗାଏ ମିଠା ଗୀତ

ଶିହରଣ ଖେଳେ ମନେ

ମିଳନ ଭାବନା କରେ ଆନମନା

ବନ୍ଧୁଙ୍କର ଆଗମ ନେ।


ଆମ ମିଳନ ର ଆସୁ ଯେତେ ବାଧା

ବନ୍ଧନ କୁ ଯିବା ଡେଇଁ

ବରଷ କୁ ଥରେ ପ୍ରତୀକ୍ଷା କରିବା

ଆମ ଏ ମିଳନ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational