STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ଶୀତ ପାଇଁ ଗୀତ

ଶୀତ ପାଇଁ ଗୀତ

1 min
264


ବହୁ ପ୍ରତିକ୍ଷିତ ଆଗମନେ ଶୀତ

ମସ୍ତିଭରା ସୁ ସ୍ୱାଗତ 

ବିଦାୟ ବେଳାରେ ମନସ୍ତାପ କରେ

ଶୀତ ପାଇଁ ଗାଏ ଗୀତ l


ଉତ୍ତରା ପବନ  ବହେ ଘନ ଘନ

ଥଣ୍ଡାରେ ଥରେ ଭାରତ

ବର୍ଷା ପରେ ଶୀତ ଆସିଥାଏ ସେତ

ଛଅ ଋତୁ ଆତଯାତ l


ସଙ୍ଗେ ଥିଲେ ସାଥି ଶୀତ ଆଣେ ତୃପ୍ତି

ହସ ଖୁସି ମଧୁରତା

ବଣ ଭୋଜି ମଜା ଲାଗେ ସତେଜତା 

ଆତ୍ମହରା ସୁନ୍ଦରତା l


ସକାଳ ସଞ୍ଜରେ ଧବଳ ଶାଢୀରେ

ପରିବେଶ ଧୂସରତା

ଦିନ ହୁଏ ଛୋଟ ରାତ୍ରି ହୁଏ ବଡ

କା6ର୍ଯ୍ୟ ଆସେ ମନ୍ଥରତା l


ମନ ପ୍ରଜାପତି  ମତୁଆଲେ ମାତି

ସ୍ବପ୍ନ ଦେଖେ ଦିନରାତି

ଶୀତର ପରଶେ  ତନୁ ମନ ଭିଜେ

ପାଇ ପ୍ରକୃତିର ପ୍ରୀତି l


ଶୀତ ର ଋତୁରେ ନାନା ପରବରେ

ପୂଜା ପାଠ ସରସ୍ବତୀ

ଲଷ୍ମୀ, ଶାମ ସୂର୍ଯ୍ୟ ସଂକ୍ରାନ୍ତି ମକର

ଧନ୍ୟ ଆମ ନୀତି ରିତୀ l


ନାନା ଜାତି ପୁଷ୍ପ ପ୍ରସ୍ଫୁଟିତ ବାସ

କୁସୁମ ସରାଗେ ମାତୁ

ଦର୍ଶନୀୟ ସ୍ଥାନ କରେ ଆକର୍ଷଣ

ଦେଖିବାକୁ କୁତୁ କୁତୁ l


ଦେହେ ଶୀତ ବାସ ମନରେ ଉଲ୍ଲାସ

ତୁଷାର ପଡେ ପର୍ବତେ

ଶିଶିରରେ ଭରା ଆଚ୍ଛାଦିତ ଧରା

 ଅଭୁଲା ଦୃଶ୍ୟ ମରତେ l


Rate this content
Log in

Similar oriya poem from Inspirational