STORYMIRROR

Prusty Bilasini

Inspirational

4  

Prusty Bilasini

Inspirational

ସତ୍ୟ

ସତ୍ୟ

1 min
258

ସତ୍ୟ ଶବ୍ଦ ଅଟେ ସବୁବେଳେ ସ୍ୱଚ୍ଛ

ସଦା କଷ୍ଟ ସହେ ବହୁ

ସତ୍ୟ ଠାରୁ ବେଶି ମିଥ୍ୟାର ପ୍ରଭାବ 

ଭାରି କଷ୍ଟ ମିଥ୍ୟା ଦାଉ ।


ମିଥ୍ୟା ବଚନରେ ପ୍ରହେଳିକା ଲିପି 

ବହୁ ଆଗେ ଚାଲିଯିବ 

କିନ୍ତୁ ଦିନେ ସତ୍ୟ ତାକୁ 

ମିଥ୍ୟା ପ୍ରମାଣିତେ ।


ନିମ୍ନଗାମୀ କରିଦେବ 

ସତ୍ୟଲାଗି ଧର୍ମ ପୃଥିବୀରେ ଅଛି 

ସୁଦୀର୍ଘ ହୁଅଇ କର୍ମ 

ସତ୍ୟରେ ଚାଲିଲେ ରାସ୍ତା କଣ୍ଟକିତ 

ନିଶ୍ଚେ ଛିଡ଼ା ହବ ଧର୍ମ ।


ବହୁ କଷ୍ଟ ଲାଗେ ଜୀବନ ଯାତ୍ରାରେ 

ବୁଡ଼ଇ ଜୀବନ ତରି 

ଧର୍ମ ଢାଙ୍କିଥାଏ ଢାଙ୍କୁଣି ହୋଇଣ 

ମଥାରେ ନ ପଡେ ବାରି ।


ସତ୍ୟ ମୂଲ୍ୟ ଜାଣି ଥାଏ ଯେ ନିର୍ଭୀକ 

ଭୟ ଭ୍ରାନ୍ତି ଯାର ନାହିଁ 

କାମନା ବାସନା ଯା ମନେ ନଥାଏ

ସତ୍ୟକୁ ସେହି ଜିଣଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational