ଆସିଛିରେ ସ୍ଵାଧୀନତା
ଆସିଛିରେ ସ୍ଵାଧୀନତା
ତର୍କବିତର୍କର ବେଳ ଆଉ ନାହଁ
ମାତୃଭୂମି ଲୋଡ଼େ ଏକତା
ହିଂସା ଦ୍ୱେଷ କ୍ରୋଧ ଦୂର କରିଦିଅ
ବାନ୍ଧ ସମ୍ପର୍କର ଦୃଢ଼ତା ।
ରାଷ୍ଟ୍ର ରକ୍ଷାକର୍ତ୍ତା ରାଷ୍ଟ୍ରର ମମତା
ଭାରତ କରଇ ଆହ୍ବାନ
ନୁହେଁ ଦୁର୍ବଳତା ବାନ୍ଧ ହେ ଏକତା
ଜାଗ ହେ ରାଷ୍ଟ୍ରର ସନ୍ତାନ ।
ରାଜନୀତି ନୁହେଁ ମନୋବୃତ୍ତି ଆମ
ହୋଇଯାଉ ଶ୍ରେଷ୍ଠ ଆସନ
ଲୋଡାନାହିଁ ଆମ ଧନ ବୈଭବ
ଲୋଡା ମାତୃଭୂମି ସମ୍ମାନ ।
ଏ ଦେଶର ମାନଦଣ୍ଡ ଯୁବଶକ୍ତି
ହୋଇ ଉଠଏବେ ଜାଗ୍ରତ
ନୀରବ ରହିବା ସମୟ ସମାପ୍ତ
ଡାକେ ମାତୃଭୂମି ଭାରତ ।
ଧନ ଲୋଡାନାହିଁ ପ୍ରତିଷ୍ଠାର ବେଳ
ହୋଇଯାଇଛି ଉପସ୍ଥିତ
ସର୍ବେ ଏକାକାର ହୋଇଣ ଗଢ଼ିବା
ଆସହେ ସୁନାର ଭାରତ ।
ଯୁବ ଜାଗରଣେ ରାଷ୍ଟ୍ର ଜାଗରଣ
ହେବ ସ୍ୱାଧୀନତା ଦିବସ
ଜନଗଣ ମନ ଅଧିନାୟକ ଗାଇବା
ସରବେ ହୋଇଣ ହରସ
ସରବେ ହୋଇଣ ହରସ ।
