କର୍ମଫଳ
କର୍ମଫଳ
ଖୋଜୁଛି ମଣିଷ କରମଫଳକୁ
କେବଳ କାମ ଅରଥେ
ଧରମରେ ଦ୍ୱନ୍ଦ୍ୱ ବାଧା ପ୍ରତିବନ୍ଧ
ତାଲା ଝୁଲେ ମୋକ୍ଷ ପଥେ ।
କାଷ୍ଠ ପାଷାଣର ଈଶ୍ୱର ନିର୍ଲିପ୍ତ
ଜୀବନ ବିପଥଗାମୀ
ଧରମଗ୍ରନ୍ଥର ମନ୍ତ୍ର ଯନ୍ତ୍ର ତନ୍ତ୍ର
ନିରର୍ଥକ ସ୍ୱାର୍ଥକାମୀ ।
କଳୁଷ ପଙ୍କରେ ଇହଲୋକ ନର୍କ
ବିଜ୍ଞାନ ଜ୍ଞାନ ଦୂଷିତ
ସ୍ୱପ୍ନ ସତ୍ୟ ଶାନ୍ତି ଛାୟା କଳ୍ପବଟ
କର୍ମଫଳ ପରାହତ ।
ସ୍ୱସ୍ତିକ ଚକ୍ରରେ ଚଉବର୍ଗ ଲାଭ
ସ°ସାରେ ବଡ଼ ଦୁର୍ଲଭ
ତ୍ୟାଗ ସେବା ନିଷ୍ଠା ସାମାଜିକ ନ୍ୟାୟ
ପରିଣାମ ପରାଭବ ।
ସମ୍ବନ୍ଧ ସମ୍ପର୍କେ ଅଭାବ ବିଶ୍ୱାସ
କଟୁତିକ୍ତ ହଳାହଳ
ସ°ସାରେ ଜୀବନ ଅତିଷ୍ଠ ଆତୁର
ବିଷମୟ କର୍ମଫଳ ।
ଶିକ୍ଷା ପ୍ରଶାସନ ସମାଜ କଲ୍ୟାଣ
ସ୍ଥିରତା ସହାବସ୍ଥାନ
ହେଉ କଳ୍ପବଟ ସୁଖଦ ବରଦ
ଜୀବନ ଲକ୍ଷ୍ୟ ସାଧନ ।
ହେଉ ଭବିଷ୍ୟତ ଉଜ୍ଜ୍ୱଳ ସୁନ୍ଦର
କର୍ମଫଳ ପ୍ରାଣପୂର୍ଣ୍ଣ
ହେଉ ଅନ୍ତରୀକ୍ଷ ପିତୃ ଦେବଲୋକ
ଆଲୋକ ପଥ ସୁଗମ ।
