STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

କର୍ମୀ ହୋଇ କର୍ମ କର

କର୍ମୀ ହୋଇ କର୍ମ କର

1 min
174


କର୍ମ ବିନୁ ତନୁ ଭବକୁ ଦୁର୍ଭାର

କର୍ମୀ ହୋଇ କର୍ମ କର ନିରନ୍ତର

ପ୍ରଭୁଙ୍କ ଭିଆଣ ପବିତ୍ର ଜୀବନ

ବୄଥା ନକର ହେ ଦୁର୍ଲ୍ଲଭ ଜୀବନ।


ବହୁ ପୂଣ୍ୟଫଳେ ମନୁଷ୍ୟ ଜୀବନ

ନିଃସ୍ବାର୍ଥ କର୍ମ ହିଁ ପବିତ୍ର ଜୀବନ

ନିସ୍ବାର୍ଥର ସେବା ହେଉ ଜନଜନ

ପଛ ଘୁଞ୍ଚା ନୋହୁଁ ଦୁର୍ଲ୍ଲଭ ଜୀବନ।


ସତ୍ୟପଥ ହେଉ ନିଃସ୍ବାର୍ଥ ସେବାର

ଧର୍ମପଥ ହେଉ ପ୍ରଭୁଙ୍କ ଭକ୍ତିର

ଅସମ୍ଭବ ବୋଲି ପଛଘୁଞ୍ଚା ନୁହଁ,

କର୍ମପଥୁ କେବେ ବିଚଳିତ ନୁହଁ।


ପ୍ରଭୁ ପାଦେ ସଦା ସମର୍ପଣ ରହୁ

ରାଷ୍ଟ୍ର କାର୍ଯ୍ୟେ ପ୍ରଭୁ ମନହିଁ ଟି ରହୁ

ଜନସେବା ପ୍ରତି କର୍ତ୍ତବ୍ୟ ହିଁ ରହୁ

ଗୁରୁଜନ ପ୍ରତି ଭକ୍ତି ଭାବ ରହୁ।


ଡ଼ରିବା ନାହିଁ ହିଁ ଜୀବନ ଯାତ୍ରାରେ

ଜନ୍ମ ମୃତ୍ୟୁ ନାହିଁ କାହାରି ହାତରେ

ଆତ୍ମା ଅବିନାଶୀ ମିଶେ ପର୍ମତ୍ମାରେ

କାହିଁ ପାଇଁ ତିନ୍ତା ଜୀବନ ଯାତ୍ରାରେ।


ବିଭୂଷଣ ହେଉ ପ୍ରଭୁ ପଦ ଧୂଳି

ଭକତିରେ ମିଳୁ ଅମୂଲ୍ୟର ଧୂଳି

ତାଙ୍କ ବିନୁ ଗତି ନାହିହିଁ କାହାରେ

ପରଂବ୍ରହ୍ମ ସେହୁ ପ୍ରଭୁ ନିରାକାରେ।


ଖୋଜୁ ନାହିଁ ଧନ ଖୋଜୁ ନାହିଁ ରତ୍ନ

ପଦ ଯୁଗଳହିଁ ଜୀବନର ରତ୍ନ

ପ୍ରେମ ଭକ୍ତି ରହୁ ତାଙ୍କରି ନିକଟେ

ଧର୍ମ ପଥ ମିଳୁ ଜୀବନ ସଙ୍କଟେ।


କର୍ମ ବିନୁ ତନୁ ଭବକୁ ଦୁର୍ଭାର

କର୍ମୀ ହୋଇ କର୍ମ କର ନିରନ୍ତର

ପ୍ରଭୁଙ୍କ ଭିଆଣ ପବିତ୍ର ଜୀବନ

ବୄଥା ନକର ହେ ଦୁର୍ଲ୍ଲଭ ଜୀବନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract