କର୍ମଭୂମି
କର୍ମଭୂମି
ମଣିଷ ଜୀବନ କେତେ ଅବା ଦିନ
ଏଇ ଅଛି ଏଇ ନାହିଁ
ସଭିଏଁ ମରିବେ କେହି ରହିବେନି
ଏତେ ହିଂସା ରାଗ କାହିଁ ପାଇଁ
ଆସିଛୁ ଲଙ୍ଗଳା ଯିବୁ ଲଙ୍ଗଳାରେ
ଗରବ କାହିଁକି କରୁଛୁ
ଜାଣିନୁକି ତୋତେ ପୋଡିଦେବେ ଦିନେ
ଅଯଥା ଫୁଟାଣି ମାରୁଛୁ
ଯେତେ ଦିନ ତୋର ମଣିଷ ଜୀବନ
ପର ଉପକାର କରିବୁ
ମରିବା ଖଟରେ ନହେଲେ ତୁ କେତେ
ଭାଳି ଭାଳି ଲୁହ ଢ଼ାଳିବୁ
ଭଲ କର୍ମ କରି ପର ହିତ ଲାଗି
ଯଦି ଜୀବନ ତୋ ଲାଗିଲା
ଜାଣିବୁ ସଂସାରେ ଜନମ ହୋଇଣ
ଜୀବନ ସାର୍ଥକ ହୋଇଲା
