STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କର୍ମଭୂମି

କର୍ମଭୂମି

1 min
338

ମଣିଷ ଜୀବନ କେତେ ଅବା ଦିନ

ଏଇ ଅଛି ଏଇ ନାହିଁ

ସଭିଏଁ ମରିବେ କେହି ରହିବେନି

ଏତେ ହିଂସା ରାଗ କାହିଁ ପାଇଁ


ଆସିଛୁ ଲଙ୍ଗଳା ଯିବୁ ଲଙ୍ଗଳାରେ

ଗରବ କାହିଁକି କରୁଛୁ

ଜାଣିନୁକି ତୋତେ ପୋଡିଦେବେ ଦିନେ

ଅଯଥା ଫୁଟାଣି ମାରୁଛୁ


ଯେତେ ଦିନ ତୋର ମଣିଷ ଜୀବନ

ପର ଉପକାର କରିବୁ

ମରିବା ଖଟରେ ନହେଲେ ତୁ କେତେ

ଭାଳି ଭାଳି ଲୁହ ଢ଼ାଳିବୁ


ଭଲ କର୍ମ କରି ପର ହିତ ଲାଗି

ଯଦି ଜୀବନ ତୋ ଲାଗିଲା

ଜାଣିବୁ ସଂସାରେ ଜନମ ହୋଇଣ

ଜୀବନ ସାର୍ଥକ ହୋଇଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract