STORYMIRROR

RUNALAILA MOHANTA

Inspirational

4  

RUNALAILA MOHANTA

Inspirational

କର୍ମବାନ

କର୍ମବାନ

1 min
204

(Prompt-1)

ଶ୍ରମିକ ଶ୍ରମିକ କହି

           କର ନାହିଁ ଊଣା

ବସି ସିଏ ଖାଉ ନାହିଁ

          କର୍ମ କରି ଖୁଆଉଛି

ଚୋରି ସିଏ କରୁ ନାହିଁ

     ନିଜ ହାତରେ ଧନ ଗଢୁଅଛି

ଖରା ବର୍ଷାକୁ ମାନୁ ନାହିଁ

      ଧୈର୍ଯ୍ଯ ବଳେ ଆଗେଇଛି

କାହା ଆଶ୍ରୟ ଲୋଡୁ ନାହିଁ

     ନିଜ ଭରଷାରେ ବଞ୍ଚିଅଛି

ଲୌହମାନବ ସେ ବୀର ପୁତ୍ର

    ଶ୍ରମିକ ଆମ ଭାରତବାସୀ ।

ଶ୍ରମ କରି କରି ଥକି ଯାଏ ପଛେ

         ତା କ୍ଳାନ୍ତ ଶରୀର

ହେଲେ ହାରି ନାହିଁ କି ହାରିବ ନାହିଁ

         ଏହି ଯେ ତା ସଂକଳ୍ପ ।

ହେଉ ଯେତେ ଖରା ବର୍ଷା

          ଲାଗୁ ଯେତେ ଶୀତ

ସକଳ ଭୋକ ତୋଷିବା ପାଇଁ

         ଆଗେଇଛି ଏ କର୍ମବୀର,

ହେଉ ଯେତେ କଷ୍ଟ ପଛେ   

           ଲାଗୁ ଯେତେ ଥକ୍କା

ଇଟାପଥର ବୋହି ପଛେ 

        ଅଣ୍ଟା ହୋଇ ଯାଉ ବଙ୍କା

ନିଜ ଘର ଥାଉ ପଛେ 

         ଝାଟିମାଟି ରେ ଗଢା

ଅନ୍ୟର ଘର ତୋଳିବାରେ

          ଦିଏ ନାହିଁ ଧକ୍କା ।

ହାତ ଅଛି ଗୋଡ ଅଛି

      କର୍ମ କରିବାର ବଳ ଅଛି

ଡରିବ କାଇଁ କାହାକୁ ସେ

   ସାଥେ ଯେବେ ତା ମନବଳ ଅଛି 

କରିବ ନିଇତି କାମ

    ସେ ପରା ଶ୍ରମିକ ବୀରପୁରୁଷ । 

         




Rate this content
Log in

Similar oriya poem from Inspirational