STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

କର୍ମ

କର୍ମ

1 min
14K


ଭିକ ମାଗିବିନି ହାତ ପାତିବିନି

କାହାରି ଆଗରେ ଯାଇ

କର୍ମ କରୁଥିବି କର୍ମେ ବଞ୍ଚୁଥିବି

ଯେତେ ଦିନ ବଞ୍ଚିଥାଇ

ଭିକ ମାଗିବା ହାତ ପତେଇବା

ଏତ କାପୁରୁଷ କାମ

ଜୀବନ ପାଇଛୁ କର୍ମ କରିବା

ଏତ ମଣିଷର ଧର୍ମ

ଜଗତର ନାଥ ଆହେ ଜଗନ୍ନାଥ

ଅଳି କରୁଅଛି ମୁହିଁ

ମୁଁ ମଲା ବେଳକୁ ସହାୟକ ହେବ

ପର କରିଦେବ ନାହିଁ

ଜନମ ବି ଦେଲ କର୍ମ ବି ଦେଲ

ଭାଗ୍ୟରେ ଗରିବ ଲେଖିଲ

କର୍ମ କଲି ସିନା ସୁଖ ପାଇଲିନି

କ’ଣ ଯେ ସୁଖ ପାଇଲ

ଯାହା ତୁମେ ଦେଲ ଗ୍ରହଣ କରିଲି

ପ୍ରତିବାଦ କେବେ କରିନି

ଦେବାଠାରୁ ଟିକେ ବେଶି ପାଇବାକୁ

ଆଶା ବି କେବେ କରିନି

ତୁମେ ଯାହା କର ଭଲପାଇଁ କର

ଏ କଥା ଯେ ମୁଁ ଶୁଣିଛି

ମୁଁ ମଲା ବେଳକୁ ସହାୟକ ହେବ

ଏ କଥାକୁ ଆଶା ରଖିଛି

ଏତିକି ମାଗୁଣି ଆହେ ଦୟାମୟ

ଏତିକି ହିଁ ଦୟା କରିବ,

ମୋ ଆଶାକୁ କେବେ ଭୁଲିଯିବ ନାହିଁ

ମାଗୁଣି ମୋହର ରଖିବ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational