STORYMIRROR

Dr.Omm Prasad Pradhan

Abstract

2  

Dr.Omm Prasad Pradhan

Abstract

କର୍ମ ହିଁ ପରିଚୟ

କର୍ମ ହିଁ ପରିଚୟ

1 min
3.0K

ଯଦି କେହି ପଚାରେ ମୋତେ 

ମୋର ପରିଚୟ କଣ ?

କି ଉତ୍ତର ଦେବି ମୁଁ ?

ମୋର ନାମ ଅମୁକ


କିନ୍ତୁ ଏହା କଣ ମୋ ପରିଚୟ ?

ନା କେବଳ ମୋ ଶରୀର ର

ତେବେ ମୁଁ କି ଉତ୍ତର ଦେବି ?

ଯଦି କେହି ପଚାରେ ମୋତେ 

ମୋର ପରିଚୟ


ଏକ ଅମର ଆତ୍ମା !

କିନ୍ତୁ ଏହି ଉତ୍ତର କଣ ସାର୍ବଜନୀନ

ତେବେ ଉତ୍ତର କଣ ?

ଏହି ଜଟିଳ ପ୍ରଶ୍ନ ର


ମୋର କର୍ମ

ମୁଁ ଅମୁକ ଚକେରୀ କରେ 

ଅମୁକ ବ୍ୟବସାୟ କରେ 

ଏମିତି ଭାବେ

ନିଜର ପରିଚୟ ଦେବି ।

ମୁଁ ଦ୍ଵନ୍ଦ ରେ ପଡୁଛି 

ଆଉ ମୋ ପ୍ରଶ୍ନକର୍ତ୍ତା ବି 

ସେହି ଉତ୍ତର ଅପେକ୍ଷା ରେ

ମୋର ପରିଚୟ କଣ

ମୁଁ କିଏ


ଏଇ ସମାଜ ରେ ବୋଧହୁଏ,

ଏଇ କର୍ମ ହିଁ ପରିଚୟ ।

କେତେ ପିଢ଼ି ଆସିଲେଣି  

ଆଉ ଗଲେଣି ବି

ହେଲେ ରହିଛି କେବଳ କର୍ମ 

କର୍ତ୍ତା ର ପାଦ ଚିନ୍ହ ହୋଇ 

ଏବେ ବି ସ୍ମୃତିଚାରଣ କରୁଛି ।।


Rate this content
Log in

Similar oriya poem from Abstract