STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ମ ହିଁ ଜୀବନ

କର୍ମ ହିଁ ଜୀବନ

1 min
321

ଦୁର୍ଲ୍ଲଭ ଏ ପ୍ରାଣ କ୍ଷଣିକ ଜୀବନ

    ପାଇଁ ସୁକର୍ମରେ ନର ଆଗମନ,

ପୂର୍ବ କର୍ମ ଫଳେ ମନୁଷ୍ୟ ଜୀବନ

    ରଚନା ମନୁଷ୍ୟେ ପ୍ରଭୁଙ୍କ ସୃଜନ।


ରହୁ ସତ୍ୟପଥେ ଜୀବନ କାମନା

    ରହୁ କର୍ମପଥେ ନିସ୍ବାର୍ଥ ଭାବନା,

ସେବା ପଥେ ରହୁ ରାଷ୍ଟ୍ରର ରଚନା

    ଜ୍ଞାନ ପଥେ ରହୁ ଭାଷାର କାମନା।


ଜନ୍ମଭୂମି ପାଇଁ ଉନ୍ନତି କାମନା

    ରାଷ୍ଟ୍ର ପାଇଁ ରହୁ ସୁରକ୍ଷା ଭାବନା

ଦେଶବାସୀ ପାଇଁ ସେବାର ଭାବନା

    ପ୍ରଭୁ ପାଇଁ ନିତ୍ୟେ ରହୁ ପୂଜାର୍ଚ୍ଚନା।


ଅତିଥି ସତ୍କାର ମନେ ଗୁଞ୍ଜୁ ଥାଉ

    ଦେଶ ସୁରକ୍ଷାର ପ୍ରେମ ଜାଗୁଥାଉ,

ମାତ୍ରୁଭାଷା ପାଇଁ ଆଦର ହିଁ ଥାଉ

    ଭାଷାର ପ୍ରେମଟି ନିରନ୍ତର ଥାଉ।


ହସି ଉଠୁ ଆମ ଧାର୍ମିକ ରାଷ୍ଟ୍ରଟି

    ଗୁଞ୍ଜି ଥାଉ ନିତ୍ୟେ ବିଶ୍ବରେ ନାମଟି,

ସ୍ବପ୍ନ ବିଶ୍ବଗୁରୁ ସାକାର ହେଉଟି

    ଇଚ୍ଛା ରାମରାଜ୍ୟ ପୂରଣ ହେବଟି।


ସମଭାବ ମନ୍ତ୍ର ଗୁଞ୍ଜୁ ହୃଦୟରେ

    ରାଷ୍ଟ୍ର ପ୍ରେମ ଗୁଞ୍ଜୁ ମନୁଷ୍ୟ ଶରୀରେ

ପିତୃମାତୃ ସେବ ଗୃହସ୍ତା ଧର୍ମରେ

    ହୁଅ ପଥଗାମୀ ଜୀବନ ଯାତ୍ରାରେ।


ଜୀବନ ତହର କର୍ମରହିଁ ପଥେ

    କର ବିଭୁ କାର୍ଯ୍ୟ ନିସ୍ବାର୍ଥର ପଥେ,

ସମାଜ କଲ୍ୟାଣେ ରୁହ ପ୍ରେମ ପଥେ

    କର ଆତ୍ମନିର୍ଭରଟି କର୍ତ୍ତବ୍ୟର ପଥେ।


ଆତ୍ମନିର୍ଭର ହିଁ କର୍ତ୍ତବ୍ୟ ଆମର

    ଗଢିବା ରାଷ୍ଟ୍ରକୁ କରିଣ ଆଦର,

ନିର୍ଭରତା ଅଟେ ମନ୍ତ୍ର ଜୀବନର 

    ତେବେହିଁ ରାଷ୍ଟ୍ରଟି ପାଇବ ଆଦର।


ନିଃସ୍ବାର୍ଥୀ ହୋଇଣ କାର୍ଯ୍ୟ କରୁଥିବା

     ଦୁଃଖୀ ଜନଙ୍କର ଅଶ୍ରୁ ପୋଛୁଥିବା

ଜନତା କଲ୍ୟାଣେ କାର୍ଯ୍ୟ କରୁଥିବା

    ସହଭାଗୀ ହୋଇ ନିତ୍ୟେ ସେବୁଥିବା।


ଶକ୍ତିଶାଳୀ ହେବେ ଜନତା ଆମର

     ଗୌରବ ଆଣିବ ରାଷ୍ଟ୍ରରେ ଆମର,

ସବୁ ଗୁଣେ ରାଷ୍ଟ୍ର ସମ୍ପନ୍ନ ତହିଁରେ

     ବିଶ୍ବଗୁରୁ ଗର୍ବ ମିଳିବ ସେଠାରେ।


ନୂଆ ଏ ଭାରତ ନୂଆ ଆବିଷ୍କାର

      ଯୁବା ଓ ଯୁବତୀ ମନରେ ଆଦର,

ଆତ୍ମନିର୍ଭରଟି କରିବେ ରାଷ୍ଟ୍ରରେ

      ଲାଗି ରହିଛନ୍ତି କର୍ମର ପଥରେ।


ବଡ଼ଦେଉଳର ସେ ବଡ଼ ଠାକୁରେ

      ଦେବେଟି ନଜର ଧାର୍ମିକ ରାଷ୍ଟ୍ରରେ,

ଆତ୍ମନିର୍ଭରଟି ହେବେଟି ସବୁରେ

      ଆତ୍ମବିଶ୍ୱାସର ଜ୍ଞାନର ଶକ୍ତିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract