କର୍ମ ଭୂମି ଭାରତ
କର୍ମ ଭୂମି ଭାରତ
କର୍ମ ଭୂମି ଓ ପୂଣ୍ୟ ଭୂମି ମୋ ଭାରତ
କର୍ମର ଫଳ ଭୋଗ ରହିଛି ଅବଶ୍ୟ
ପାପ ପୂଣ୍ୟ, କରାଯାଏ ବିଚାର ଏଠି
ପାପ ଭୟେ ନିବୃତ୍ତ କରାଏ
ଅସାଧୁ କାର୍ଯ୍ଯରୁ
ଏ ପୁଣି
ଜ୍ଞାନର ଆବିଷ୍କାର ଓ ଉଦ୍ଭାବନ ଭୂମି
ଗଣନ ପଦ୍ଧତି,ଭାଷା,ଲିପିର ବିରଳ ଲିଖନ
ମାପ, ରନ୍ଧନ କଳା ନୃତ୍ୟ କଳା ଓ ସଂଗୀତ
ଆରମ୍ଭ ଏଠି କଳା ଓ କୈ।ଶଳ
କେବଳ ପୁରୁଷାର୍ଥ ହିଁ କରିପାରେ ଉଦ୍ଭାବନ
ସକରାତ୍ମକ କର୍ମ ବିନା ଏ ସାଧନା
ଅଟେ କଷ୍ଟସାଧ୍ୟ
ସେଇଥିପାଇଁ ତ କର୍ମଭୂମି ମୋ ଭାରତ
