STORYMIRROR

NIBEDITA MOHAPATRA

Abstract

2  

NIBEDITA MOHAPATRA

Abstract

କରିଦିଅମତେ

କରିଦିଅମତେ

1 min
405

କରିଦିଅ ମତେ କ୍ଷୁଦ୍ର ଦୀପ ଟିଏ

ଜଳୁଥିବି ଦିବାନିଶି

ଅମା ଅନ୍ଧାରକୁ ଦୂରିଭୂତ କରି

ପ୍ରକାଶିବି ଜ୍ୟୋତିରାଶି

କରିଦିଅ ମତେ କ୍ଷୁଦ୍ର କଳି ଟିଏ

ମହକାଇ ଦେବି ଧରା

ସବୁରି ମନେ ଭରି ପ୍ରୀତି ସୌରଭକୁ

ବାଣ୍ଟିବି ପିୟୂଷ ଧାରା

କରିଦିଅ ମତେ କ୍ଷୁଦ୍ର ବିହଙ୍ଗମ

ଉଡୁଥିବି ଡେଣାଝାଡି

ମୁକ୍ତ ଗଗନରେ ମୁକ୍ତି ମନ୍ତ୍ର ଗାଇ

ପରାଣକୁ ମୋହି ନେବି

କରିଦିଅ ମତେ କ୍ଷୁଦ୍ର ଦୁର୍ବାଦଳ

ପଥପ୍ରାନ୍ତେ ରହିଥିବି

ବିନା ପ୍ରତିବାଦେ ପଦାଘାତ ସବୁ

ମଥାପାତି ସହିନେବି

କରିଦିଅ ମତେ କ୍ଷୁଦ୍ର ନିର୍ଝରିଣୀ

ଗିରିବୁକେ ବହୁଥିବି

ଶୀତଳ ମଧୁର ସଳୀଳ ଧାରାରେ

ତୃଷ୍ଣା ନିବାରୁଥିବି

କରିଦିଅ ମତେ କ୍ଷୁଦ୍ର ଭୃଙ୍ଗ ଟିଏ

ଫୁଲେ ଫୁଲେ ଉଡୁଥିବି

ମନ ବାସନାକୁ ଜଳାଞ୍ଜଳି ଦେଇ

ସୁଧା ରସ ବାଣ୍ଟିଦେବି

କରିଦିଅ ମତେ କ୍ଷୁଦ୍ର ତାରା ଟିଏ

ନଭରେ ବିଚରୁଥିବି

ତମସାଚ୍ଛନ୍ନ ଯାମିନୀ କୋଳେ ରହି

ଉଜ୍ଜଳ କରିବି ମହି

କରିଦିଅ ମତେ କ୍ଷୁଦ୍ର ଜଳବିନ୍ଦୁ

ମେଘ କୋଣେ ରହିଥିବି

ନଦୀ ପ୍ରବାହରେ ଭାସିଯାଇ ମୁହିଁ

ସାଗରେ ବିଲୀନ ହେବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract