STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

କରିବାନି ଟିକେ ହେଲେ ହେଳା

କରିବାନି ଟିକେ ହେଲେ ହେଳା

1 min
162


       ଆସେ ଯେବେ ଗୀରିଷମ

            ଖରା ମାରେ ଟାଇଁ ଟାଇଁ 

            ପଲ୍ଲୀ ଭୂଇଁ ଦିଶେ ଶୀରିହୀନ

       ଗମ୍ ଗମ୍ ବହେ ଝାଳ

            ଶୋଷ ଲାଗେ ତଣ୍ଟି ଶୁଖେ

            ରାତି ଛୋଟ ବଡ଼ ହୁଏ ଦିନ ।।


       ଆସେ ଯେବେ ବରଷାଟା

            ପୂରି ଉଠେ ନଈ,ନାଳ

            ପହଁରନ୍ତି ଦଳ ଦଳ ମୀନ

       ଝଡ଼ି ଆଉ ଝିପିଝିପି

             ଛାଡେନାହିଁ କେବେ କେବେ

             ଲାଗିରହେ ଦୁଇ ଚାରି ଦିନ ।।


       ଆସେ ଯେବେ ଶରତଟା

             ଫୁଟି ହସେ ଜହ୍ନି ଫୁଲ

             ସଞ୍ଜ ଲାଗେ ଭାରି ମନଲୋଭା

       ନିରିମଳ ଦିଶେ ନଭ

             ସଫା ଜହ୍ନ ଆଲୁଅରେ

             ମନ କିଣେ ଧରଣୀର ଶୋଭା ।। 


       ଆସେ ଯେବେ ହେମନ୍ତଟା

             ଶିଶିରଟି ପଡେ ଝରି

             ହେମାଳ ହେମାଳ ଲାଗେ ରାତି

       ଫୁଟି ଉଠେ ନୀଳ କଇଁ

             କିଆରୀରେ ଧାନ ପାଚେ

             ଦେଖି ଚଷା ମନ ଯାଏ ମାତି ।। 


        ଆସେ ଯେବେ ଋତୁ ଶୀତ

             ଦେହ ଖୋଜେ ଶୀତବାସ

             ଗେଣ୍ଡୁ ଫୁଲ ଫୁଟେ ଜାତି ଜାତି

        କଅଁଳ କିରଣ ଧରି 

             ସକାଳଟା ଲାଗେ ଭଲ

             ଦିନ ସାନ ବଡ଼ ହୁଏ ରାତି ।। 


        ଆସେ ଯେବେ ବସନ୍ତଟା

              ହସି ଉଠେ ଧରା ରାଣୀ

              ଶୋଭା ତା'ର ଯାଏ ବଢ଼ି ବଢ଼ି

        ମିଠା ସୁରେ ଗାଏ ପିକ

              ମନ୍ଦ ମଳୟର ତାଳେ

              ଉପବନେ ନାଚେ ଫୁଲକଢ଼ି ।। 


        ଘୂରୁଛି ସମୟ ଚକ

              ଋତୁ ଆସି ଯାଉଛନ୍ତି

              ସାରିଦେଇ ନିଜ ଲୀଳା ଖେଳା

        ନିଜ ନିଜ କାମ ଯେତେ

              ଆସ ବେଗେ ଦେବା ସାରି

              କରିବାନି ଟିକେ ହେଲେ ହେଳା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational