Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhabi Patel

Inspirational

3  

Madhabi Patel

Inspirational

କରିବା ସ୍ମରଣ

କରିବା ସ୍ମରଣ

1 min
6.5K


ଆଜିର ଦିନଟି ସେ ବୀରଙ୍କ ପାଇଁ

ଯେ ଶହୀଦ ହେଲେ ସୀମାନ୍ତରେ ।

ଅଗଷ୍ଟ ପନ୍ଦରେ ପ୍ରଣାମ ତାଙ୍କୁ

ଯେ ଝୁଲିଥିଲେ ଫାସି ଖୁଣ୍ଟରେ ।

ଆଜିର ଦିନରେ ସ୍ମରଣ କର

ଯିଏ ଶହୀଦ ହେଲେ ବିଦେଶରେ।

ଗୋଡେଇ ମାରିଲେ ଶତ୍ରୁ ସୈନ୍ୟଙ୍କୁ

ଖେପି ଯାଇ ତା ମୁଲକରେ।

ଅରପି ଦେଲେ ଯେ ନିଜ ଜୀବନ

ସହି ଖରା ବର୍ଷା ଶୀତ କଷଣ।

ସଂଘର୍ଷ ରତ ଯାହାର ଜୀବନ

କରି ବଳିଦାନ ରଖିଲେ ମାନ।

ଜୁଝିଲେ ଜୀବନ ସୀମାନ୍ତେ ଥାଇ

ପରିବାର ସୁଖ ବରଜି ଦେଇ।

ଦେଶ ମାତୃକାର ସେବାର ବ୍ରତେ

ତ୍ୟାଗ ବଳିଦାନ ମନ୍ତ୍ରକୁ ଗାଇ।

କରିଗଲେ ଜୀବନକୁ ଅର୍ପଣ।

ଶହୀଦ ସେ ଭରତର ସନ୍ତାନ।

ଗାଇବା ଜୟ ଗାନ କରି ସ୍ମରଣ

କରିବା ତାଙ୍କର ପଦ ବନ୍ଦନ।

ମାଧବୀ ପଟେଲ।


Rate this content
Log in

Similar oriya poem from Inspirational