STORYMIRROR

Gangotri Priyadarshini

Tragedy Inspirational

4  

Gangotri Priyadarshini

Tragedy Inspirational

କର ବିପଦୁ ଉଦ୍ଧାର

କର ବିପଦୁ ଉଦ୍ଧାର

1 min
149

ହେ ଈଶ୍ୱର ବିଶ୍ୱବାସୀଙ୍କୁ ସଙ୍କଟରୁ ରକ୍ଷା କର

ପଡ଼ିଛି ଦୁର୍ଗତି ନାହିଁ ଆନଗତି କର ହେ ଉଦ୍ଧାର

ହେ ଈଶ୍ୱର....

ମଣିଷ ସଭ୍ୟତା ପତ୍ତନ ଆଡେ ହୁଏ ଅଗ୍ରସର

ଈଶ୍ୱର ଆଶିଷ ହରିବ ଅଚିରେ ଭୟ ସବୁର

ହେ ଈଶ୍ୱର....

ତୁମେ ନ ରକ୍ଷିଲେ ଆଉ କିଏ ସଖା ରକ୍ଷା କରିବ

ରୋଗ ଯନ୍ତ୍ରଣା କାହାକୁ ଜଣା ଅନ୍ତ କେବେ ହୋଇବ

ହେ ଈଶ୍ୱର .......

ଅଚିହ୍ନା ଜୀବାଣୁ ଦାଉ ସାଧି ଆଜି କରେ ବାଟବଣା

ମନୁଷ୍ୟ ଶକତି ଆତଙ୍କିତ ହୁଏ ନିଦାନ ଅଜଣା

ହେ ଈଶ୍ୱର ........

ବିଶ୍ଵାସ ଉଦ୍ଧାର ଆହେ ଚକ୍ରଧର ମୁଁ ଶରଣାଗତ

ଭକତି ଅନ୍ତରେ କରେ ଗୁହାରି ଶୁଣ ମୋ ଆରତ

ହେ ଈଶ୍ୱର.....

ଉଦ୍ଧାର ଉଦ୍ଧାର ପଡ଼ିଛି ହୁରୀ ସାରା ସଂସାରେ

ଆସ୍ଥାର ନାବକୁ କୂଳେ ଲଗାଇବ ନିଜ ମାୟାରେ

ହେ ଈଶ୍ୱର.......



Rate this content
Log in

Similar oriya poem from Tragedy