STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

କପିଳାସ ଦେବ

କପିଳାସ ଦେବ

1 min
219

ଦେବଙ୍କ ର ଦେବ

ଆହେ ମହାଦେବ

  କପିଳାସ ଗିରି ଶିଖରେ ବିଜେ

ବିଜୟ କରିଛ ଆଶିଷ ବାଣ୍ଟୁ ଛ

  ଅର୍ଦ୍ଧ ଚନ୍ଦ୍ରମା ଯେ ଚୁଡ଼ାରେ ସାଜେ।


ହେ ଚନ୍ଦ୍ରଶେଖର ଆହେ ଗଙ୍ଗାଧର

  ଶଙ୍କର ତ୍ରିଶୁଳ ଧାରି

ପୁଣ୍ୟ ପରବତେ ବସିଛ ଆନନ୍ଦେ

  ଅନଙ୍ଗ ବିଧ୍ୱଂଶ କାରି

ବୃଷଭ ପିଠିରେ ଆରୋହଣ କରି

  ଆହା କି ସୁନ୍ଦର ସାଜେ।


ଶିବ ହେ ତୁମେ ମଙ୍ଗଳମୟ

 ତୁମ ନାମେ ସର୍ବ ଶୁଭ

ତୁମ ନାମ ନେଲେ ଭକତ ଜନ ର

 ଦୂରେଇ ଯାଏ ଅଶୁଭ

ଅଗତି ର ଗତି ଆହେ ଉମାପତି

  ବନ୍ଦଇ ପଦାର ବିନ୍ଦେ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational