STORYMIRROR

Banabihari Mishra

Abstract

2  

Banabihari Mishra

Abstract

କୋଉଠି ଥୋଇବି

କୋଉଠି ଥୋଇବି

1 min
340

ମିଶ୍ର ନନା ଆମ ଯାଇଥିଲେ ଦିନ

ମାଛ ଆଣିବାକୁ କେଉଟ ସାହି

କେଉଟ ଟୋକାକୁ ବରାଦ କରିଲେ

ବଡ ମାଛ ଗୋଟେ ଦେବୁ ପଠାଇବା


କେଉଟ ଟୋକା ଯେ ମାଛଟାଏ ଧରି

ପହଞ୍ଚିଲା ଯାଇ ଘରେ ତାଙ୍କର 

ସେବେଳେ ଘରଣୀ ଝାଡୁ କରୁଥିଲେ 

ଝାଡୁ ଧରି ତାଙ୍କ ଘରବାହାର


କେଉଟ ଟୋକାଟା ପଚାରିଦେଲା ଯେ

"ଭାଉଜ, କୋଉଠି ଥୋଇବି କୁହ"

ପଣ୍ଡିତିଆଣୀ ଯେ ରାଗିକି କହିଲେ,

"କ'ଣ କହିଲୁ ରାଣ୍ଡୀର ପୁଅ"


ଏଇ କଥାରୁ ଯେ ଲାଗିଲା ଝମେଲା

ସାହିଲୋକ ସବୁ ଏକାଠି ହେଲେ

କୋଉ କଥାରୁ ଏ ଝମେଲାଟା ହେଲା 

ସଭିଏଁ ମିଶିକି ବିଚାର କଲେ


"କୋଉଠି ଥୋଇବି" ଛଅଟା ଅକ୍ଷର 

ଅର୍ଥ ତାର ଅଟେ ଅତି ସରଳ

ହେଲେ ଏ କଥାଟା ପଣ୍ଡିତିଆଣୀଙ୍କୁ

ଲାଗିଲା ସତେ ଯେମିତି ଗରଳ


ମିଶ୍ର ନନା ସେତେବେଳକୁ ଆସିଲେ 

ମାଛ ନେଇ ତାକୁ ପଇସା ଦେଲେ 

ନିଜ ଘରଣୀର ସବୁ ଦୋଷ ଜାଣି 

କଅଁଳେ ବୁଝାଇ ତାକୁ କହିଲେ


କଥାର ମରମ ନ ବୁଝି କାହିଁକି 

ଏମିତି ମିଛରେ ରାଗୁଛ ତୁମେ

ଏଇମିତି ହେଲେ ସାଇପଡିଶାରେ

ଭଲରେ ଚଳିବା କେମିତି ଆମେ


ଛୋଟିଆ କଥାକୁ ବଡ କଲେ ଖାଲି

ଅଶାନ୍ତି ଝଗଡ଼ା ହୁଅଇ ସୃଷ୍ଟି 

ଥଣ୍ଡା ମୁଣ୍ଡ କରି ବୁଝିଲେ କଥାକୁ

କେତେ ଅସୁବିଧା ଯାଆନ୍ତା ତୁଟି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract