STORYMIRROR

baishnaba meher

Inspirational

3  

baishnaba meher

Inspirational

କୋଉ ଅଧିକାରରେ

କୋଉ ଅଧିକାରରେ

1 min
176

କୋଉ ଅଧିକାରରେ...

ତୁମ ଅଧିକାର ସାବ୍ୟସ୍ତ କରୁଛ

ତୁମ ଆଙ୍କିଥିବା ଚିତ୍ରର...

ରଙ୍ଗ ଫିକା ପଡି ଯାଇଛି ;

ତୁମେ ଦେଇଥିବା ସ୍ମୃତିର...

ସବୁ ପୃଷ୍ଠାରେ ଉଇ ଲାଗି ଯାଇଛି ;

ଆଉ...

କେଇ ପୃଷ୍ଠା ଚିରି...

କାଗଜ-ଡଙ୍ଗା କରି ଭସେଇ ଦେଇଛି । 


କୋଉ ଅଧିକାରରେ...

ମତେ ଏମିତି ହଇରାଣ କରୁଛ

କଣ ପାଇଁ ମୋ ଅପାରଗତାକୁ...

ତମ ଜିତିବାର ଢାଳ ବନେଇଛ

ମୁଁ ମୋ ଭାଗ୍ୟକୁ ଆବୋରି

ବଞ୍ଚୁଛି ଏଠି ଦିବା ନିଶି

ଆଉ...

ତୁମେ ସାହସ ଦେବା ବଦଳରେ...

ଦଉଛ ମତେ ମିଥ୍ୟା ପ୍ରତିଶୃତି । 


କୋଉ ଅଧିକାରରେ...

ତୁମେ ମଧୁଭରା ହସ ହସୁଛ

ଛଳନା କଣ ମୁଁ ଜାଣେନି?

ତୁମ ପୂଣ୍ୟଶ୍ଲୋକ ବାଣୀ...

ତୃପ୍ତ କରୁଥିଲା ହୃଦୟକୁ ମୋର

କିନ୍ତୁ...

ଆଜି ହୃଦେଦେଇ ଶକ୍ତ ଆଘାତ.. 

ଛିନ୍ନ କରିଦେଇଛ ସବୁ ଅଧିକାର । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational