ଭାଗ୍ୟର ଗୋଟି
ଚଳନାରେ କେବେ ଫିଟି
କେବେବି ଲୋଟି ସାଉଁଟି
କେବେ ଭାଗ୍ୟର ଭେଟି
ଜୀବନ ର ସତ୍ୟ ଏଇଠି
କୁଟା ଓ କାଠି
ଚାଳଛପର କାନ୍ଥଟି
ଘଷି ବାପା ନିଜର ପିଠି
ଭାବୁଥାଆନ୍ତି ଆଉ କେତୋଟି
ଖଟିଲେ ବେଠି
ମିଳେନା ଛୁଟି
ପକାଇ କଟି ଆଖି ତରାଟି
ମାଗନ୍ତି ପେଟି ଖୋଲନ୍ତି ଗଣ୍ଠି
ବୋଉ ଵି ଝୁଣ୍ଟି
ଶୁଖିଲା ତଣ୍ଟି
ଛେପ କଳ କଳ ଦିଅଇ ଢ଼ୋକି
ସଂସାର ନାଆ ରେ ଏହି ତ ଗିଫ୍ଟ
କର କପାଳ ହାତ ରେଖାର କୋଷ୍ଠି
ଯେତେ ଵି ଲୋଟି
ଫୁଲ ପରି ବାସ୍ନା ଛାଟି
ଶେଷକୁ ଛଅଖଣ୍ଡ ବାଉଁଶ କାଠି
ପେଟ କଥା ଏଠି ବୁଝେନା ପିଠି
ଅଖା ଧୋଇ ଗୁଣ ଗାଉଥା ଝାଟି
ଶେଷ ଆସରା ଦି ମୁଠା ମାଟି