ଆମେ ଓଡ଼ିଆ ଆମ ଭାଷା ବଢିଆ
ପଡ଼ିଛୁ ମାଆ ମାଟି ପାଠ
ଶିକ୍ଷା ସାମାଜିକତା ସର୍ବେ ସନ୍ତୁ ନିରାମୟ
ସର୍ବେ ଭବନ୍ତୁ ସୁଖିନଃ ଶିଖିଛୁ ଶାଠ
ବନ୍ଦେ ଉତ୍କଳ ଜନନୀ ଗାଇ ଗାଇ
ଚାଲିଛୁ ଅମଡ଼ା ବାଟ
ସାଧୁ ସନ୍ଥ ମୁନି ଋଷି ଆମ ଗୁରୁ
ବାକ୍ୟ ମାନି ଯାଉଛୁ ମଠ
ଏତେକଥା ଶିକ୍ଷା ଦେଇଛି ମାଆ ମାଟି
ଗାଁ ଗାଁ ରେ ସୁନାଚାଟ
ସେଇ ଚାଟଶାଳୀ ଆଜିବି ବନମାଳୀ
ଶିଖାଏ ସଂସ୍କୃତି ଛାଟ
କାହାରିକୁ ବଡ଼ ଅବା ସାନ ଭାବି ଅସମ୍ମାନ
ଅବା ଆଣିନାହୁଁ ମନେ ଫାଟ
ଖସଡ଼ା ଶିଉଳି ଅବା ବନମାଟି ଫାଟି
ଜମିରେ କରିଛୁ ଅମଳି ନାଟ
ଯାତ୍ରା ଡ୍ରାମା ପାଲା ଦାସକାଠିଆ ସଂସ୍କୃତି
ଆମରି ମାଟି ମାଆ ଫଟ
ପ୍ରକୃତି ପୂଜି ପରବ ହେଜି ଋତୁ ପରେ ଋତୁ
ହେଜି ଚିତା ଚୈତନ୍ୟ ନାଟ
ପାଖଉଜ ମୃଦଙ୍ଗ ସଙ୍ଗେ ଭଲ ସାଙ୍ଗ
ଗାଁ ଫୋଖରୀ ତୁଠ
ସରବେ ଗରବେ କହିବା ମାଟି ମାଆ ର ଜୟ
ଜୟ ମୋ ଦେଶ ଛିଟ ଚାରୁଚିତ୍ରପଟ
ବନ୍ଦେ ମୋ ଭାରତ ରାଇଜ ଓଡିଶା ମାଆମାଟି
ରଟୁ ଥିବା ଛୁଟିବା ଯାଏଁ ଘଟ
ପ୍ରୀତି ମୈତ୍ରୀ ସଭାବନା ସ୍ନେହ ଓ ମମତା
ଆମ ଅସ୍ତ୍ର ଶସ୍ତ୍ର ସବୁ କିଛି ଗଛ କାଠ
କାଟିବାନି ଗଛ ମାଟି ମାଆ ଧନ ଓ ଜୀବନ
କଳି ଅଳି ଶିଙ୍କୁଳି ଶଙ୍ଖାଳି ପରାଏ ଫୁଟ
,,,,,,,,,,,,,,,,,,,,,,,