କୋରୋନା ଉପାଖ୍ୟାନ
କୋରୋନା ଉପାଖ୍ୟାନ
ଚାଇନା ଦେଶ ରୁ ଉତ୍ପତ୍ତି
ଅଦୃଶ୍ୟ ତାର ରୁପ କାନ୍ତି |୧
ସାରା ସ୍ରୁଷ୍ଟି କୁ ଦିଏ ନାଶି
ନାମ ତା କୋରୋନା ରାକ୍ଷସୀ |୨
ହସ୍ତ ରେ ଧରି କାଳ ପାଶ
କରିବ ବୋଲି ଆୟୁନାଶ |୩
ଧରିଣ ଅତି ସୁକ୍ଷ୍ମ ରୁପ
ମାନବ ଦେହେ ପରବେଶ |୪
ବିଶ୍ବ ର ଯେତେକ ଡାକ୍ତର
ମାନନ୍ତି ତା ସମ୍ମୁଖେ ହାର |୫
ହେ ମାତ ଜଗତ ଇଶ୍ବରୀ
କେମନ୍ତେ ଦେଖୁ ଥୟ ଧରି |୬
ଦଶ ଭୂଜ ରେ ଦଶ ଅସ୍ତ୍ର
ଧରି ମା ହୁଅ ଗୋ ପ୍ରକଟ |୭
ତୋ ସୃଷ୍ଟି ତୁହି ରକ୍ଷାାକର
ଭଣଇ ଆହ୍ଲାଦିନୀ ଛାର |୮
