STORYMIRROR

Gouri Panda

Thriller

3  

Gouri Panda

Thriller

କୋରନା ଏଠି କି ଛାର?

କୋରନା ଏଠି କି ଛାର?

1 min
324

ଯାଦବ ମାନଙ୍କୁ 

ନାଶ କରିବାକୁ 

କଳ୍ପିଥିଲ କୋକୁଆକୁ 

ହରି ହେ, କଳ୍ପିଥିଲ କୋକୁଆକୁ। 


କଳିଯୁଗେ ଏବେ 

ଦୁଷ୍ଟ ବିନାଶନେ 

ଛାଡିଅଛ କୋରନାକୁ

ହରି ହେ, ଛାଡିଅଛ କୋରନାକୁ।


ଯାଦବ ବିନାଶ 

ରଖି ମନେ ଆଶ 

ତା ଆକାର ବର୍ଣ୍ଣିଥିଲ 

ହରି ହେ, ତା ଆକୃତି ବର୍ଣ୍ଣିଥିଲ। 


କଳିଯୁଗେ ଦୁଷ୍ଟ 

ବିନାଶିବା କଷ୍ଟ 

ତେଣୁ କୋରନା ଆଣିଲ 

ହରି ହେ, ତେଣୁ କୋରନା ଆଣିଲ। 


କୋକୁଆ ଆକାର 

ଭାବି ଭୟଙ୍କର 

ଯଦୁବଂଶ ହେଲେ ନାଶ 

ହରି ହେ, ଭାଳି ହେଲେ ଯଦୁ ନାଶ। 


କୋରନା ପ୍ରକାର 

ଭାଳି ତା ବିକାର 

କଳି ରେ ହେବେ ନିରାଶ 

ହରି ହେ, କଳି ରେ ହେବେ ନିରାଶ। 


କୋକୁଆ ଭୟରେ 

କଦମ୍ବ ମୂଳରେ 

ପରସ୍ପର କରି ଘାତ 

ହରି ହେ, ଯାଦବେ ହେଲେ ନିପାତ। 


କୋରନା ଭୟରେ 

ମାସ୍କ ଯେ ମୁହଁରେ 

ସ୍ବତଃସ୍ଫର୍ତ୍ତ ହେବା ଶେଷ 

ହରି ହେ, ଏହା ହିଁ ତୁମ ଉଦ୍ଦେଶ୍ୟ। 


ହୋଇବ ସଫଳ

ଏ, ଯେ କଳି କାଳ

ତୁମ ଉଦ୍ଦେଶ୍ୟ ସଫଳ

ହରି ହେ, ଏହା ଘୋର କଳି କାଳ। 


ରଖିବ ଯାହାକୁ 

ମାରିବ କେ ତାକୁ? 

କୋକୁଆ, କୋରନା ଛାର

ହରି ହେ, ପ୍ରଭୁ ବନ୍ଧୁ ଏଠି ଯା'ର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller