STORYMIRROR

Purna chandra Rana

Inspirational

4  

Purna chandra Rana

Inspirational

କୋରନା ଭୂତାଣୁ

କୋରନା ଭୂତାଣୁ

1 min
619


କୋରନା ସାଜିଛି ମହାମାରୀ ଆଜି

ସର୍ବ ଜନ ଭୟଭୀତ

ସେ ରୋଗ ପାଇଁ ଯେ ନାହିଁ ଉପଚାର

ଶୁଣ ହେ ମିତ ସଙ୍ଗାତ ।୧


କୋରନା ଭୂତାଣୁ ମାରାତ୍ମକ ସାଜି

ନେଉଛି କେତେ ଜୀବନ

ଏହି ରୋଗ ପ୍ରତି ରୁହ ସଚେତନ

ଆହେ ମୋର ସୁଧିଜନ ।୨


ଖାଇବା ପୂର୍ବରୁ ଧୋଇବା ଯେ ହାତ

ସାବୁନରେ ଭଲକରି

ସୁସ୍ଥ ପରିବେଶେ ରହିବା ସଭିଏଁ

କରିବାନି ଜମା ଡେରି ।୩


ମାଛ ଆମିଷରୁ ଦୂରେଇ ରହିବା

ହେବା ଆମେ ସାକାହାରି

କୋରନା ଆମର ପାଖେ ନ ପଶିବ

ମରିବ ସେ ଝୁରିଝୁରି ।୪


ମାଛ ,ମାଂସରେ ତ ବିସ୍ତାର ଅଧିକ

ଏ କୋରନା ଭୂତାଣୁର

ବାଦୁଡି଼ ପଶୁରୁ ଜନମ ଏହାର

କରେ ଏ ଯେ ନାରଖାର ।୫


ଏ ସାରା ବିଶ୍ବରେ ବିସ୍ତାର କରିଛି

ଭୟଙ୍କର ଏ ଭୂତାଣୁ

ବହୁ ବେଗେ ଏ ଯେ କରୁଛି ବିସ୍ତାର

ଏ ତ ଏକ ପରମାଣୁ ।୬


ରୋକିବାକୁ ହେଲେ ଏହି ଭୂତାଣୁକୁ

ନେବା ଆମେ ଉପଚାର

ନିଜେ ସଚେତନ ହେଲେ ତ ସଭିଏଁ

ଏହା ବଡ଼ ପ୍ରତିକାର ।୭


ମୁହଁରେ ବାନ୍ଧିବା ଟିସ୍ୟୁ ମାକ୍ସକୁ

ନ ହେବା ଯେ ସଂକ୍ରମିତ

ଆଖି ,କାନ , ନାକ ସ୍ପର୍ଶ କରିବାନି

ନ ଧୋଇଣ ଆମେ ହାତ ।୮


କାହାକୁ ନ କରି ଜମା ଆଲିଙ୍ଗନ

କରିବା ତ ନମସ୍କାର

ସଂକ୍ରମଣରୁ ବଞ୍ଚିଯିବା ଆମେ

ହେବା ଆମେ ପରିଷ୍କାର ।୯


ପରିବେଶ ଆମ ପରିଚ୍ଛନ୍ନ ହେଲେ

କୋରନା ଯିବ ଦୂରେଇ

ସୁସ୍ଥ ପରିବେଶ ଗଢ଼ିବା ତ ଆମେ

ରହିବା ତ ସୁସ୍ଥ ହୋଇ ।୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational