STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

କୋଣାର୍କ

କୋଣାର୍କ

1 min
186


ତମେ ମନ୍ଦିର ଭିତରେ ଶ୍ରେଷ୍ଠ

ନା ଧରମା ପାଇଁ ଉତ୍କୃଷ୍ଠ 

ପୂଜା ପାଇ ସୂର୍ଯ୍ୟ ଦେବତା ବରିଷ୍ଠ 

ମାନ ରଖିଲା କନିଷ୍ଠ 

ବାରଶ ବଢେଇରେ ଦାୟୀ ନକରିବା ପାଇଁ 

ଧରମା ଡେଇଁଲା ଚନ୍ଦ୍ରଭାଗା ପୃଷ୍ଠ 

କୋଣାର୍କର ପୃଷ୍ଠା କହେ କେତେ କଥା ଗାଥା 

ଚିତ୍ର ଚାରୁ ଚିତ୍ରପଟ 

କିଏସେ ଖୋଦେଇ କରିଲା ଏମିତି ମନ୍ଦିରେ 

ଆଜି ବି ଜଗାଏ ଇଷ୍ଟ 

କୋଉ ବିନ୍ଧାଣୀ କେମିତି କେଜାଣି କିପରି 

ମନତଳ ଚିତ୍ରପଟ ଆଙ୍କି ଦେଲା ଉଦ୍ଭଟ 

କିଏ ସେ ଶିଳ୍ପୀ ନିହାଣ ମୁନରେ 

କଲା ଏଇ ନଟକୂଟ ଚିତ୍ରପଟ 

ପର୍ଯ୍ୟବେକ୍ଷକ ମନେ ସମ୍ଭ୍ରମ କଳାକୂଟ 

ଲଗାଇଛି ଏତେ ନାଟ 

ହାତର ଯାଦୁରେ ଆଙ୍କିଦେଲା ସିଏ 

ନିଜ ଭୋକ ଛାତି ପିଠି ପେଟ 

ଧରମା ଦେଲା ଅଗ୍ନିସ୍ପୁଲିଙ୍ଗ ଜଗାଇ 

ଆବେଗ ନାଟ 

ବଳିଆ କୁକୁରଟା ବାଡ଼ି ବରକୋଳି ସାଥେ 

ଖୋଜୁଛି ହେବକି ଭେଟ 

ନାହିଁ ସେଦିନ ସୁରୁଜ ମୁରୁଜ ବୁଣି 

କଲେ କୂଟକପଟ ନାଟ 

ନାଟ ମଣ୍ଡପରେ ଠିଆ ହୋଇ ଆଜି 

ଲାଗୁଛି ସେଦିନର କଳ୍ପବଟ 

ଆଜିବି ଚକରେ ଗଡୁଛି ମନ୍ଦିର 

ଆଧାଗଢ଼ା ସବୁ ନାଟକୂଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics