STORYMIRROR

Debabrata Mishra

Inspirational

3  

Debabrata Mishra

Inspirational

କୋଣାର୍କ

କୋଣାର୍କ

1 min
290


କାରୁକାର୍ଯ୍ୟ ୟାର କେତେ ଅଟେ ମନୋରମ 

ଓଡ଼ିଶା ଗର୍ବ ଗୌରବ କୋଣାର୍କ ଅନୁପମ, 


ଭଗ୍ନ ସୂର୍ଯ୍ୟ ମନ୍ଦିରେ ବି କମି ନାହିଁ ତେଜ ତାର

ଇତିହାସ ଲେଖା ଏଠି ବାରଶହ ବଢେଇର, 


ଦୂରେଇଛି ଅଳ୍ପ ଚନ୍ଦ୍ରଭାଗା ସମୟ ନିର୍ଦ୍ଦେଶ ଇଏ

କୋଣାର୍କ-ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟର କଥା କୁହେ, 


ଅର୍କକ୍ଷେତ୍ର ରୂପେ ଜାଣେ ସାରା ବିଶ୍ୱର ଜନ

ଏହା ପରା ଉତ୍କଳରେ ଭାରତର ସ୍ୱାଭିମାନ, 


କେମିତି ଭୁଲିବ ତୁମେ ବାଳକ ସେ ଧର୍ମପଦ 

ଜୀବନ ତାର ହାରିଲା ତ୍ୟାଗର ସେ ପ୍ରତିଶବ୍ଦ, 


କଳିଙ୍ଗ କଳା, ସଂସ୍କୃତି, ସାହିତ୍ୟର ଏ କାହାଣୀ

କଲମରୁ ଝରୁଥାଉ ସଦା କୋଣାର୍କ କାହାଣୀ । 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational