STORYMIRROR

Renuka Samal

Inspirational

4  

Renuka Samal

Inspirational

କୋଣାର୍କ

କୋଣାର୍କ

1 min
54

କଳାର କ୍ଷେତରେ କଙ୍କାଳ ଶୋଇଛି

ସୈ।ନ୍ଦର୍ଯ୍ୟର ଶଙ୍ଖ ବାଜୁଛି,

ଏ ମଢା ଜାତିଟା ପୂର୍ବ ଗୈ।ରବକୁ

ଡିଡିମ୍ବ ପିଟିକି କହୁଛି,

ମୋ କଳା କୋଣାର୍କ ପୃଥିବୀରେ ଶ୍ରେଷ୍ଠ,

ଏପରି ଭାସ୍କର୍ଯ୍ୟ କେ ଦେଖିଛି ?

ବାଲୁକା ପ୍ରାନ୍ତରେ ପଥର ଚଟାଣେ

ହାତୀ ଘୋଡା ନଟ ନଟୀ

ସତେ କି ଜୀବନ୍ତ ଦୃଶ୍ୟରେ ପତିତ

ଓଡ଼ିଆର କଳା ଖାଣ୍ଟି।

ବିଶ୍ୱ ଦରବାରେ କଳାର ହାଟରେ 

ଓଡ଼ିଶାର ନାଁ ରଟୁଛି,

ଇତିହାସର ସେ ଅତୀତ ଗାଥାଟା

ମନ ଶିହିରେଇ ଦେଉଛି,

ମୁଁ ବ୍ଲାକ୍ ପାଗୋଡା କହୁଛି ।

କୋଉଠି ଦେଖିଛ ଏ କାରିଗରୀ ବିଦ୍ୟା?

ନିଖୁଣ ଭାବରେ ଫୁଟିଛି,

ପଥର ଗୁଡିକ ଜୀବନ୍ତ ହୋଇ

ଜନ ମାନସକୁ ମୋହୁଛି ।

ମୁଁ ବ୍ଲାକ୍ ପାଗୋଡା --------।

ଥରୁଟିଏ ଆସ ମୋର ପାଖେ ବସ

ଦେଖ କେମିତି,

କଳାର କ୍ଷେତଟା ଏଠି ଶୋହୁଛି।

ତୁମେ ଦେଖ ଖାଲି କଳାର ଫସଲ

ସୁଖର ସପନେ ମାତି,

ମୋ ଅବକ୍ଷୟ ଚିନ୍ତା ତୁମ ନାହଁ

ଦେଖାଅ କଳାର ପ୍ରୀତି।

ଦିନୁ ଦିନ ମୋର ତନୁ କ୍ଷୟ ଯାଏ

ଶୀର୍ଣ୍ଣ ମୋ ଶରୀର ହେଲାଣି

କାଳର କବଳେ କବଳିତ ମୁଁ ଯେ

ସୁରକ୍ଷା ଦରକାର କଲାଣି।

ମୁଁ ବ୍ଲାକ୍ ପାଗୋଡା-------

ଦେଶ ବିଦେଶରେ ମୋର କାରିଗରୀ

ଦିଏ ତୋର ପରିଚୟ,

ତୁ ପରା ବୋଲାଉ ଉତ୍କଳ ସନ୍ତାନ

ତୋର ମନେ କାହିଁ ଭୟ

ଏ କଳା କୋଣାର୍କ ଭୁଲି ନ ପାରିବ

ବିଶୁ ବାଡି କୋଳି କଥା

ବାରଶ ବଢେଇ କଥା ତୁ ନ କହ

ଧର୍ମପଦ ଜାତି ଗାଥା

ଅମର ରହିବେ ବିଶୁ ଧର୍ମପଦ

ଅମର ଓଡ଼ିଆ କଳା

ଓଡ଼ିଶାର ଏଇ ସ୍ୱର୍ଣ୍ଣ ଇତିହାସ

ଝଲସି ଉଠିବ

ଝୁଲି ଭାରତ ମାଆର ଗଳା।


 "ବନ୍ଦେ ଉତ୍କଳ ଜନନୀ"


       



Rate this content
Log in

Similar oriya poem from Inspirational