STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

କୋଣାର୍କ ଶିଳା

କୋଣାର୍କ ଶିଳା

1 min
373


ତତେ ଦେଖିଥିଲି କୋଣାର୍କ ଶିଳାରେ

ନର୍ତ୍ତକୀର ଲାସ୍ୟ ମୁଦ୍ରାରେ

ତତେ ଦେଖିଥିଲି ଝାଉଁ ବୀଥିକାର

ମର୍ମର ତାନ ଛନ୍ଦରେ


ଜହ୍ନ ଉଇଁଥିଲା ନୈଋତ କୋଣରେ

ବେଳାଭୂମିର ଜୋଛନା ରାଶି

ମନେ ହେଉଥିଲା ଫିଟିକି ପଡିଛି

କବରୀରୁ ତୋର ମଲ୍ଲୀ ପାଖୁଡା ଖସି


ଜହ୍ନ ଛପିଥିଲା ବାଦଲ ଉହାଡେ

ଆକାଶେ ଅଂଧାର ରଚିଲା ମାୟା

ଏ ଶୁଭ ଲଗନେ ତତେ ମୁ୍ଁ ପାଇଲି

ବହଳ ଅଂଧାରେ ହୋଇଛୁ ଠିଆ


ତତେ ଦେଖିଥିଲି ଦୁର୍ବାଦଳ ପରେ

ସାଧବାଣୀ ବୋହୂ ରୂପରେ

ତତେ ଦେଖିଥିଲି ପ୍ରତିଚୀ ବଳୟେ

ଇନ୍ଦ୍ରଧନୁ ସପ୍ତରଂଗରେ


ଧ୍ୱନି ପ୍ରତିଧ୍ୱନି ନୂଆ ନୂଆ ଭାବ

ସ୍ପନ୍ଦନ ଜଗାଏ ସ୍ୱପ୍ନରେ

ତତେ ଦେଖିଥିଲି କୋଣାର୍କ ଶିଳାରେ

ନର୍ତ୍ତକୀର ଲାସ୍ୟ ମୁଦ୍ରାରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance